ପାଣ୍ଡ୍ୟା ହୁଅନ୍ତୁ ଟି୨୦ ଟିମ୍‌ର ଅଧିନାୟକ, ରୋହିତ ସମ୍ଭାଳନ୍ତୁ ଟେଷ୍ଟ-ଦିନିକିଆ

ମୁମ୍ବାଇ : (ସଂକେତ୍ ଟିଭି) ଭାରତୀୟ କ୍ରିକେଟ ଦଳର ଅଧିନାୟକ ପଦକୁ ନେଇ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ତାଙ୍କ ପସନ୍ଦର ଖେଳାଳି ବିଷୟରେ କହିଛନ୍ତି। ସେ ହାର୍ଦ୍ଧିକ ପାଣ୍ଡ୍ୟାକୁ ଟି୨୦ ଅଧିନାୟକ ପଦ ଲାଗି ଉଚିତ ପ୍ରାର୍ଥୀ ବୋଲି କହିଛନ୍ତି । ସେହିପରି ରୋହିତ ଶର୍ମା ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ସମ୍ଭାଳନ୍ତୁ ବୋଲି ସେ କହିଛନ୍ତି ।

ଶାସ୍ତ୍ରୀ କହିଛନ୍ତି, ଟି୨୦ ଫର୍ମାଟରେ ନୂଆ ଅଧିନାୟକ ରଖିବାରେ କୌଣସି ଅସୁବିଧା ନାହିଁ। ଏତେ କ୍ରିକେଟ ଖେଳାଯାଉଛି ଯେ ଜଣେ ଖେଳାଳି ପାଇଁ ସମସ୍ତ ଫର୍ମାଟରେ ଖେଳିବା ସହଜ ନୁହେଁ। ଯଦି ରୋହିତ ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ତେବେ ଟି୨୦ ଲାଗି ନୂତନ ଅଧିନାୟକ ରହିପାରିବେ। ହାର୍ଦ୍ଦିକ ପାଣ୍ଡ୍ୟା ହିଁ ଟି୨୦ ଅଧିନାୟକ ପଦ ଲାଗି ଉଚିତ ପ୍ରାର୍ଥୀ। ବିଶେଷକରି ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସକୁ ପ୍ରଥମ ସିଜନ୍‌ରେ ନିଜ ନେତୃତ୍ୱରେ ବିଜେତା କରିବା ତାଙ୍କ ପାଇଁ ବଡ ଉପଲବ୍ଧି ବୋଲି କହିପାରିବା ବୋଲି ସେ କହିଛନ୍ତି।