୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ସେକ୍ସନ ଅଫିସର

ବଲାଙ୍ଗିର : (ସଂକେତ୍ ଟିଭି) ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ପାଟଣାଗଡ଼ କଲେଜ ଛକ ନିକଟ ଗଙ୍ଗାଧର ପାର୍କଠାରେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିଲେ । ଏହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି।

କର୍ମଚାରୀ ଯୁଗଳ କିଶୋର ରାଉତଙ୍କୁ କାବୁ କରିବା ପରେ ତାଙ୍କ ପାଟଣାଗଡ଼ ବଡ଼ପଡା ସ୍ଥିତ ଘରକୁ ନିଆ ଯାଇଥିଲା ଏବଂ ସେଠାରେ ଜାଞ୍ଚ କରାଯାଇଥିଲା । ସେ ଏକ ମ୍ୟୁଟେସନ କାମରେ ଟଙ୍କା ଲାଞ୍ଚ ନେଉଥିବା ସୂଚନା ମିଳିଛି।