ଝିଅ ସହ ପ୍ରଥମ ଥର ନଜର ଆସିଲେ କିମ୍ ଜଙ୍ଗ ଉନ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ପ୍ରଥମ ଥର ନିଜ ଝିଅ ସହ ସାମାଜିକ ଗଣମାଧ୍ୟମରେ ନଜର ଆସିଛନ୍ତି। ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ କେସିଏନଏ ରେ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କିମ୍ ନିଜ ଝିଅ ସହ ବୁଲୁଥିବା ନଜର ଆସିଛନ୍ତି। ଫଟୋରେ କିମ୍ ଏବଂ ତାଙ୍କ ଝିଅ ହାତ ଧରି ଚାଲୁଥିବାର ନଜର ଆସିଛନ୍ତି। ଅବଶ୍ୟ ସରକାରୀ ମିଡିଆରେ ଝିଅର ନାମ ଜାରି କରାଯାଇନାହିଁ।

ଝିଅ ସହ କିମ୍ ଏକ ମିସାଇଲ ଟେଷ୍ଟ ମଧ୍ୟ ଦେଖିଥିଲା। କେସିଏନଏ ଅନୁଯାୟୀ ଉତ୍ତର କୋରିଆ ଏକ ନୂଆ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପ୍ୟୋଙ୍ଗୟାଙ୍ଗ ଇଣ୍ଟରନାସନାଲ ଏୟାରଫିଲ୍ଡରେ କରାଯାଇଥିଲା। ମିସାଇଲକୁ ପ୍ରାୟ ୧ ହଜାର କିଲୋମିଟରର ବେଗରେ କ୍ଷେପଣ କରାଯାଇଥିଲା।

୨୦୧୩ ରେ ପୂର୍ବତନ ବାସ୍କେଟବଲ୍‌ ତାରକା ଡେନିସ୍ ବ୍ରିଟିଶ ଦୈନିକ ଗାର୍ଡିୟାନକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ କିମ୍‌ଙ୍କର ଏକ ଝିଅ ଅଛି ଯାହାଙ୍କ ନାମ ‘ଜୁ ଏ’ । ସେ କହିଥିଲେ ଯେ ସେ କିମ୍‌ଙ୍କ ପରିବାର ସହ କିଛି ସମୟ ବିତାଇଥିଲେ। ସେ କିମ୍‌ଙ୍କୁ ଜଣେ ଭଲ ବାପା ବୋଲି ମଧ୍ୟ କହିଥିଲେ। ଏହି ସମୟରେ ସେ କିମ୍‌ଙ୍କ ପତ୍ନୀ ରି ସୋଲ ଜୁ ଙ୍କ ସହ ମଧ୍ୟ କଥା ହୋଇଥିଲେ।

ଏହା ପୂର୍ବରୁ ୨୦୧୨ ଖବର ପ୍ରସାରିତ ହୋଇଥିଲା ଯେ କିମ୍‌ଙ୍କ ପତ୍ନୀ ଗର୍ଭବତୀ ଥିବା ନେଇ ଖବର ପ୍ରସାରିତ ହୋଇଥିଲା। କିନ୍ତୁ ସେହି ସମୟରେ ଏହାକୁ ନେଇ କୌଣସି ସୁନିଶ୍ଚିତ ତଥ୍ୟ ସାମ୍ନାକୁ ଆସିନଥିଲା।