ରାଜ୍ୟର ସାମାଜିକ ସୁରକ୍ଷା ହିତାଧିକାରୀମାନଙ୍କୁ ମିଳିବ ୩୦୦ ଟଙ୍କାର ଶୀତ ସହାୟତା

ଭୁବନେଶ୍ୱର : (ସଂକେତ୍ ଟିଭି) ରାଜ୍ୟ ସରକାର ସାମାଜିକ ସୁରକ୍ଷା ହିତାଧିକାରୀମାନଙ୍କୁ ଏକକାଳୀନ ତିନିଶହ ଟଙ୍କାର ଶୀତକାଳୀନ ସହାୟତା ପ୍ରଦାନ କରିବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ଏ ବାବଦରେ ସହାୟତା ମିଳିବ ।

ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଡିସେମ୍ବର ମାସରେ ଏହି ଅର୍ଥ ଜମା କରାଯିବ । ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ ଏହି ଶୀତକାଳୀନ ସହାୟତା ପାଇବେ । ରାଜ୍ୟ ସରକାର ସହାୟତା ବାବଦରେ ପ୍ରାୟ ୧୪ କୋଟି ୬୨ ଲକ୍ଷ ଟଙ୍କା ମଂଜୁର କରିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ପ୍ରକାଶ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ହିତାଧିକାରୀମାନଙ୍କୁ ପ୍ରତ୍ୟେକ ୧୦୦ ଟଙ୍କା କରି ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରାଯାଇଥିଲା ।