ଏସ୍‌ପି ଅଫିସ ସାମନାରେ ଥିବା ଦୁଇଟି ଦୋକାନରୁ ଚୋରୀ

ଭଦ୍ରକ : (ସଂକେତ୍ ଟିଭି) ଭଦ୍ରକ ଏସ୍‌ପି ଅଫିସ ସାମନାରେ ଥିବା ଦୁଇଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ଗୋଟିଏ ବ୍ୟାଗ୍‌ ଓ ଡ୍ରେସ୍‌ ଦୋକାନରୁ ଜିନିଷ ପତ୍ର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଭଦ୍ରକ ଟାଉନ୍‌ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଅସ୍ଥଳ-ନରିପୁର ଛକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଥିବା ମୀର ସକିବୁର ରେହମାନଙ୍କ ଡ୍ରେସ୍‌ ଦୋକାନା ଗତ କିଛି ଦିନ ହେଲା ବନ୍ଦ ଥିଲା । ହଠାତ୍‌ ଶନିବାର ସଂଧ୍ୟାରେ ଦୋକାନା ଖୋଲି ଦେଖିବା ବେଳକୁ ଚୋରି ହୋଇଛି । ଦୋକାନ ପଛପଟୁ ସ୍କାଏଲାଇଟ ଭାଙ୍ଗି ନଗଦ ଟଙ୍କା ସହ ଅନେକ ଜିନିଷ ପତ୍ର ଚୋରି ହୋଇଛି ।

ସେହିପରି ପାଖରେ ଥିବା ମୀର୍ଜା ଆଜାରୁଦ୍ଦିନଙ୍କ ବ୍ୟାଗ୍‌ ଦୋକାନରୁ ମଧ୍ୟ ଚୋରି ହୋଇଛି । ଉକ୍ତ ଦୋକାନଟି ମଧ୍ୟ କିଛି ଦିନ ହେଲା ବନ୍ଦ ଥିଲା । ଏହି ଦୋକାନର ବି ସ୍କାଏଲାଇଟ୍‌ ଭାଙ୍ଗିବା ସହ ସିଲିଂ କାଟି ବହୁ ବ୍ୟାଗ୍‌ ସହ ନଗଦ ଟଙ୍କା ଏବଂ ଜିନିଷ ପତ୍ର ଚୋରି ହୋଇଛି ।