ଓଡ଼ିଶାର ସବୁ ରେଳ ଷ୍ଟେସନକୁ ଗୋଟିଏ ଜୋନରେ ରଖିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : (ସଂକେତ୍ ଟିଭି) ଓଡ଼ିଶାର ସବୁ ରେଳ ଷ୍ଟେସନକୁ ଗୋଟିଏ ଜୋନ୍ ଅଧୀନରେ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ରାଉରକେଲାରେ ନୂତନ ରେଳ ଡିଭିଜନ କରି ତା ଅଧୀନରେ ଝାରସୁଗୁଡ଼ା ଷ୍ଟେସନକୁ ରଖିବା ପାଇଁ ଚିଠି ଲେଖିଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ରହିଥିବା ଷ୍ଟେସନ ଗୁଡିକ ୪ଟି ପୃଥକ ଡିଭିଜନ ଓ ୩ଟି ଜୋନ୍ ଅଧୀନରେ ଆସୁଛି। ଯାହାଫଳରେ ଓଡ଼ିଶାର ରାଜସ୍ଵ ଅନ୍ୟ ରାଜ୍ୟକୁ ଯାଉଛି । ଏସବୁ ଦୃଷ୍ଟିରୁ ଝାରସୁଗୁଡା ମଧ୍ୟ ରେଳ ଡିଭିଜନ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଦାବି କରାଯାଇଛି।