ଦୁଇ ବ୍ରାଉନସୁଗାର ବେପାରୀ ଗିରଫ, ୪୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ଜଳେଶ୍ଵରଠାରେ ଦୁଇ ଜଣ ବ୍ରାଉନସୁଗର ବେପାରୀ ଗିରଫ ହୋଇଛନ୍ତି । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ୟୁନିଟ 2ଏବଂ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି କମର୍ଦ୍ଦା ଥାନା ଅନ୍ତର୍ଗତ ନହରା -ବାଲିମ ରାସ୍ତା ରୁ ପ୍ରାଇଡ ପାତ୍ର ଓ କାଂହୁ ଗୋପଲ ଦାସ ଅଧିକାରୀ କୁ ଗିରଫ କରିଛି । ଏହା ସହିତ ସେମାନଙ୍କଠାରୁ ଆନୁମାନିକ ମୂଲ୍ୟ 42 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ସେମାନଙ୍କଠାରୁ ଗୋଟିଏ ମୋଟର ସାଇକେଲ ମଧ୍ଯ ଜବତ କରାଯାଇଛି । ଗିରଫ ଯୁବକ ଙ୍କ ଘର ଭୋଗରାଇ ଅଂଚଳ ରେ ବୋଲି ଜଣା ପଡିଛି ।