ଭୁବନେଶ୍ୱରରୁ ୪ ଲୁଟେରା ଗିରଫ, ୧୭୦ ଗ୍ରାମ ସୁନା ଜବତ
ଭୁବନେଶ୍ୱର : (ସଂକେତ୍ ଟିଭି) ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ ଏହି ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର ସହ ୨ଟି ବାଇକ୍ ଏବଂ ୪ ମୋବାଇଲ ଜବତ ହୋଇଛି ।
ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଦେଇଥିବା ସୂଚନା ଅନୁଯାୟୀ, କିଛି ଦିନ ହେବା ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ପୋଲିସ ଲଗାତର ଭାବେ ଲୁଟେରାକୁ ଧରିବାକୁ ଯୋଜନା କରୁଥିଲା । ହେଲେ ସଫଳ ହେଉନଥିଲା । ଶେଷରେ ପୋଲିସ ସୋମବାର ଦିନ ୪ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ।ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର, ୨ଟି ବାଇକ୍ ଓ ୪ଟି ମୋବାଇଲ ଜବତ ହୋଇଛି ।