ଚଳନ୍ତା ବସରେ ଡ୍ରାଇଭରଙ୍କୁ ହେଲା ହୃଦଘାତ…

ଭୋପାଲ : (ସଂକେତ୍ ଟିଭି) ମଧ୍ୟପ୍ରଦେଶର ଗୋହାଲପୁର ଅଞ୍ଚଳରେ ଚଳାନ୍ତା ବସରେ ହୃଦଘାତ ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ତେବେ ଡ୍ରାଇଭରଙ୍କ ମୃତ୍ୟୁ ପରେ ବସ ଅନିୟନ୍ତ୍ରୀତ ହୋଇ ଏକାଧିକ ଗାଡି ଉପରେ ଚଢି ଯାଇଥିଲା। ଫଳରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗୋହଲପୁର ଅଞ୍ଚଳରେ ଗୁରୁବାର ମେଟ୍ରୋ ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ଗୋହଲପୁର ପୋଲିସ ଷ୍ଟେସନ ଅଞ୍ଚଳ ଦେଇ ରାଣିତାଲ ଯାଉଥିବା ସମୟରେ ମେଟ୍ରୋ ବସ ଅନିୟନ୍ତ୍ରୀତ ହୋଇଥିଲା। ଦ୍ରୁତ ଗତିରେ ଚାଲୁଥିବା ବସ ଆଗରେ ଯାହା ଆସିଲା ତାହା ଉପରେ ଚାଢି ଗଲା। ଏପରି କି ଟ୍ରାଫିକ ସିଗନାଲ ପାର କରି ଅନେକ ଦୁଇ ଚକିଆ ଓ ତିନି ଚକିଆ ବାହନରୁ ବସ ଧକ୍କା ଦେଇଥିଲା।

ଡ୍ରାଇଭରଙ୍କ ମୃତ୍ୟୁ ପରେ ବସି କିଛି ବାଟ ଯାଇ ଅଟକି ଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଲୋକ ଓ ନିସ୍ତେଜ ହୋଇ ସିଟରେ ପଡିଥିବା ଡ୍ରାଇଭରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ହୃଦଘାତରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ।

ତେବେ ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ସ୍ୱଭାବିକ ହୋଇଗଲାଣି। ଏବର ଅସନ୍ତୁଳିତ ଜୀବଶୈଳୀ ଯୋଗୁଁ ଛୋଟଠୁ ବଡ ସମସ୍ତଙ୍କୁ ହୃଦଘାତ ହେଉଛି। ବିଶେଷ କରି ଜଙ୍କ ଫୁଡ, ନିଶା ସେବନ, ଅତ୍ୟଧିକ ମାନସିକ ଚାପ ଏହାର କାରଣ ହୋଇଥିବା ବିଶେଷଜ୍ଞମାନେ କହୁଛନ୍ତି।