CulturalLatest

ଗୋଟିଏ ଅଣ୍ଡାର ଦାମ୍ ୧୦୦ଟଙ୍କା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଶୀର୍ଷକଟି ଦେଖି ଆପଣ ଚମକି ପଡିବେ ନିଶ୍ଚୟ । କାରଣ ଆପଣ ଅତି ବେଶୀରେ ୧୦ କି ୧୨ ଟଙ୍କାରେ ଅଣ୍ଡା କିଣିଥିବେ । ୧୦୦ ଟଙ୍କାର ଅଣ୍ଡା କଥା ଶୁଣି ଆପଣ ଚକିତ ହେବା ସ୍ୱଭାବିକ । ଆମ ଦେଶରେ କଡକନାଥ କୁକୁଡା ସହିତ ଅସୀଲ ମୁର୍ଗୀ ମଧ୍ୟ ଦେଖିବାକୁ ମିଳନ୍ତି । ଏହି ପ୍ରଜାତିର କୁକୁଡା ଦକ୍ଷିଣ ପଞ୍ଜାବ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଥାଏ । ଏହି କୁକୁଡା ଜବରଦସ୍ତ ଲଢିବାର କ୍ଷମତା ରଖିଥାଏ । ଏହା ସହିତ ଏହାର ସହନଶକ୍ତି ମଧ୍ୟ ବହୁତ ଅଧିକ । ଏହାର ପକ୍ଷ କଳା ଓ ଲାଲ୍‌ ରଙ୍ଗ ମିଶ୍ରିତ ହୋଇଥାଏ । ମାଂସ ଲାଗି ବିଶେଷକରି ଏହି କୁକୁଡା ଚାଷ କରାଯାଏ ।

ତେବେ ଅଣ୍ଡା ଉତ୍ପାଦନ ଦୃଷ୍ଟିରୁ ଏହି କୁକୁଡା ଦୁର୍ବଳ ଅଟନ୍ତି । ଏମାନେ ବର୍ଷକୁ ମାତ୍ର ୭୦ରୁ ୮୦ ଅଣ୍ଡା ଦେଇଥାନ୍ତି । ତେବେ ଏହି କୁକୁଡାର ଅଣ୍ଡା ମୂଲ୍ୟ ବହୁତ ଅଧିକ ରହିଥାଏ । ଅସୀଲ କୁକୁଡାର ଗୋଟିଏ ଅଣ୍ଡା ୧୦୦ ଟଙ୍କାରେ ବିକ୍ରି ହୋଇଥାଏ । ଏହି କୁକୁଡାର ମୁହଁ ଲମ୍ବା ଓ ବେଲୁନ ଆକାରର ହୋଇଥାଏ । ଏହାର ପକ୍ଷ ବି ଲମ୍ବା ହୋଇଥାଏ । ଏହାର ଗୋଡ ସିଧା ଓ ବହୁତ ଶକ୍ତ । ଏମାନଙ୍କ ଓଜନ ୪/୫ କିଲୋରୁ ଅଧିକ ରହିଥାଏ । ଦେଶର ବିଭିନ୍ନ ସ୍ଥାନରେ କୁକୁଡା ଲଢେଇ ଆୟୋଜନ କରାଯାଉଥିବା ବେଳେ ଏହି ପ୍ରଜାତିର କୁକୁଡାଙ୍କୁ ଲଢେଇରେ ବ୍ୟବହାର କରାଯାଏ । ଅସୀଲ କୁକୁଡାଙ୍କ ଅଣ୍ଡା ଥଣ୍ଡାରୁ ରକ୍ଷା ପାଇବା ଲାଗି ବେଶ୍‌ ଉପକାରୀ ହୋଇଥାଏ । ଥଣ୍ଡାରେ ଏହାର ସେବନ ଔଷଧ ପରି କରାଯାଇଥାଏ । ଏହାସହିତ ଏହି ଅଣ୍ଡା ଦୃଷ୍ଟିଶକ୍ତି ବଢାଇଥାଏ ।