BusinessLatest

୧୯ରେ ରିଲାଏନ୍ସ କ୍ୟାପିଟାଲ ନିଲାମ

ମୁମ୍ବାଇ : (ସଂକେତ୍ ଟିଭି) ଭାରତୀୟ ଶିଳ୍ପ ଜଗତର ବଡ ଉଦ୍ୟୋଗପତି ଅନୀଲ ଅମ୍ବାନୀଙ୍କ ଆର୍ଥିକ ସ୍ଥିତି ଏବେ ବେହାଲ ହୋଇଛି । ଏବେ ତାଙ୍କ ଗ୍ରୁପରେ ଥିବା ଏକ ଲାଭଜନକ ସଂସ୍ଥା ବୁଡିବା ଅବସ୍ଥାକୁ ଆସିଯାଇଛି । ଏହି କାରଣରୁ ଅନୀଲ ଆମ୍ବାନୀଙ୍କ ପରିଚାଳନାରେ ଥିବା ରିଲାଏନ୍ସ କ୍ୟାପିଟାଲ ଚଳିତମାସ ୧୯ ତାରିଖରେ ନିଲାମ ହେବାକୁ ଯାଉଛି । ଆର୍ଥିକ ସେକଫରରେ ସବୁଠାରୁ ମଜବୁତ ରିଲିଆନ୍ସ କ୍ୟାପିଟାଲ ଲିମିଟେଡ ଅନଲାଇନରେ ନିଲାମ ହେବାକୁ ଯାଉଛି । ଏହା ମୂଳ ମୂଲ୍ୟ ଆଧାରରେ ନିଲାମ ହେବ । ଏନେଇ ମୂଳ ମୂଲ୍ୟ ୫,୩୦୦ କୋଟି ଟଙ୍କା ରଖାଯାଇଛି ।

ଋଣଭାରରେ ବୁଡିଯାଇଥିବା ରିଲାଏନ୍ସ କ୍ୟାପିଟାଲ ଲିମିଟେଡର ଇ ନିଲାମୀ ସହିତ ଜଡିତ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି । ରିଲିଆନ୍ସ କ୍ୟାପିଟାଲକୁ କିଣିବା ପାଇଁ ଓକଟ୍ରି, ହିନ୍ଦୁଜା ଓ ଟରେଣ୍ଟ ଭଳି କମ୍ପାନୀ ପ୍ରଥମରୁ ନିଲାମ ଡାକିଛନ୍ତି । ଅଣ ବ୍ୟାଙ୍କିଙ୍ଗ କମ୍ପାନୀ ରିଲାଏନ୍ସ କ୍ୟାପିଟାଲର ନିର୍ଦ୍ଦେଶକଙ୍କୁ ଗତବର୍ଷ ନଭେମ୍ବର ମାସରେ ରିଜର୍ଭବ୍ୟାଙ୍କ ବରଖାସ୍ତ କରିଥିଲା । ଏହାସହ ନାଗେଶ୍ୱର ରାଓ ବାଇଙ୍କୁ କମ୍ପାନୀର ପ୍ରଶାସନିକ ଦାୟିତ୍ୱ ଦେଇଥିଲା ରିଜର୍ଭ ବ୍ୟାଙ୍କ । ଏପଟେ ରିଲାଏନ୍ସ କ୍ୟାପିଟାଲର ନିଲାମୀ ପାଇଁ ଏଲଆଇସି ଓ ଇପିଏଫଓ ତରଫରୁ ନିଷ୍ପତ୍ତି ନିଆଯାଇଛି ।