EntertainmentLatest

ବଲିଉଡ ଅପେକ୍ଷା ଏବେ ସାଉଥ୍‌ ଉପରେ ଅଧିକ ଧ୍ୟାନ : ରକୁଲ ପ୍ରୀତ ସିଂହ

ମୁମ୍ବାଇ : (ସଂକେତ୍ ଟିଭି) ରକୁଲ ପ୍ରୀତ ସିଂହଙ୍କ ହାତରେ ଏବେ ଏକାଧିକ ସାଉଥ୍‌ ପ୍ରୋଜେକ୍ଟ । ସାଉଥରେ ଏକାଧିକ ହିଟ୍ ଫିଲ୍ମରେ ନଜର ଆସିଥିବା ଏହି ସୁନ୍ଦରୀ ୨୦୧୪ ମସିହାରେ ବଲିଉଡ୍‌ରେ ଏଣ୍ଟ୍ରି କରିବା ପରଠୁ ହିନ୍ଦୀ ଇଣ୍ଡଷ୍ଟ୍ରିରେ ବାନ୍ଧିହୋଇ ରହିଛନ୍ତି । ଏଠି ମଧ୍ୟ ଏକାଧିକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛନ୍ତି ।

‘ଐୟାରି’, ‘ଦେ ଦେ ପ୍ୟାର୍ ଦେ’, ‘ମରଜାୱାଁ’ ଭଳି ସଫଳ ଫିଲ୍ମରେ କାମ କରିବାର ସୁଯୋଗ ତାଙ୍କୁ ମିଳିଛି । ନିକଟରେ ମୁକ୍ତିପ୍ରାପ୍ତ ‘ଡକ୍ଟର୍ ଜି’ ଫିଲ୍ମ ଜରିଆରେ ଖୁବ୍ ପ୍ରଶଂସା ସାଉଁଟୁଛନ୍ତି ରକୁଲ । ଏ ବର୍ଷ ରକୁଲ ପ୍ରାୟ ୫ଟି ବଲିଉଡ୍‌ ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ସାଉଥ୍‌ରେ ତାଙ୍କର କୌଣସି ଫିଲ୍ମ ଏ ବର୍ଷ ରିଲିଜ୍‌ ହୋଇନାହିଁ । ତେବେ କିଛି ଫିଲ୍ମର ସୁଟିଂ ସେ କରିଛନ୍ତି ଏବଂ ସେଗୁଡ଼ିକର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି ।

ଏବେ ଯାହା ଜଣାପଡୁଛି, ରକୁଲ ଅଧିକ ସାଉଥ୍ ଫିଲ୍ମ ସାଇନ୍ କରିବାକୁ ଚାହୁଁଛନ୍ତି । ଏ ବିଷୟରେ ସେ କହିଛନ୍ତି ‘ମୁମ୍ବାଇ ଆସିବା ପରଠୁ ଅଧିକ ସାଉଥ୍ ପ୍ରୋଜେକ୍ଟ ମୁଁ ସାଇନ୍ କରିପାରି ନାହିଁ । ଏକାଧିକ ହିନ୍ଦୀ ଫିଲ୍ମରେ କାମ କରି ମୁଁ ବହୁତ ଥକିପଡ଼ିଛି । ଏବେ କେବଳ ମୋ ହାତରେ ତାମିଲ ଫିଲ୍ମ ‘ଇଣ୍ଡିଆନ୍‌-୨’ ଏବଂ ଏଲ୍ ବିଜୟଙ୍କ ନିର୍ଦ୍ଦେଶିତ ଆଉ ଏକ ଫିଲ୍ମ ରହିଛି, ଯାହାର ସୁଟିଂ ଶେଷ ହୋଇଛି । ଏଣିକି କିନ୍ତୁ ସାଉଥ୍ ଉପରେ ମୋର ବେଶି ଫୋକସ୍‌ ରହିବ ।’ ସାଉଥ୍‌ରେ ଭଲ ପ୍ରୋଜେକ୍ଟ ଆସିଲେ, ନିଶ୍ଚିତ ଭାବେ ସେ ସାଇନ୍ କରିବେ । ସମୟ ଅଭାବରୁ ସାଉଥ୍ ଫିଲ୍ମକୁ ସମୟ ଦେଇପାରିନଥିବା ରକୁଲ ଏବେ ତେଲୁଗୁ ଓ ତାମିଲରେ ନିଜ ଲୋକପ୍ରିୟତାକୁ ଖୁବ୍ ଝୁରୁଛନ୍ତି । ଖୁବ୍‌ଶୀଘ୍ର ଫିଲ୍ମ ଜରିଆରେ ଲୋକଙ୍କ ଭଲପାଇବା ପାଇବାକୁ ସେ ଆଶା ରଖିଛ