CulturalFeaturedLatest

ହେଲିକପ୍ଟର କିଣି ମନ୍ଦିରକୁ ପୂଜା ପାଇଁ ପହଞ୍ଚିଲେ ବ୍ୟବସାୟୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସାଧାରଣତଃ କୌଣସି ଗାଡ଼ି କିଣିଲେ ଲୋକେ ପୂଜା କରିବା ପାଇଁ ମନ୍ଦିରକୁ ଯାଇଥାନ୍ତି । ହେଲେ ଜଣେ ବ୍ୟବସାୟୀ ଏକ ହେଲିକପ୍ଟର ଧରି ପୂଜା କରିବାକୁ ମନ୍ଦିରରେ ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ, ହାଇଦ୍ରାବାଦର ବ୍ୟବସାୟୀ ବୋଏନପାଲି ଶ୍ରୀନିବାସ ରାଓ ନୂଆ ହେଲିକପ୍ଟର କିଣି ପୂଜା କରିବା ପାଇଁ ପହଞ୍ଚଥିଲେ ମନ୍ଦିରରେ। ତେଲଙ୍ଗାନାର ପ୍ରତିମା ଗ୍ରୁପ୍‌ର ମାଲିକ ବୋଏନପାଲ୍ଲୀ ଶ୍ରୀନିବାସ ରାଓ ହେଲିକପ୍ଟର (ଏୟାରବସ୍ ଏସିଏଚ-୧୩୫) ଧରି ୟାଦାଦ୍ରିର ଶ୍ରୀ ଲକ୍ଷ୍ମୀ ନରସିମ୍ହା ସ୍ବାମୀ ମନ୍ଦିରକୁ ହେଲିକପ୍ଟର ଉଡ଼ାଇ ପହଞ୍ଚିଥିଲେ। ଏହି ମନ୍ଦିର ହାଇଦ୍ରାବାଦ ଠାରୁ ୧୦୦୦ କିମି ଦୂର। ତାଙ୍କ ପରିବାର ଲୋକ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହା ପରେ ପୂଜା ହୋଇଥିଲା। ତିନି ଜଣ ବ୍ରାହ୍ମଣ ପୂଜା କରିଥିଲା। ତେବେ ଏହି ଭିନ୍ନ ପୂଜାର ଭିଡିଓ ଭାଇରାଲ ହେବା​ରେ ଲାଗିଛି। ସୋସିଆଲ ମିଡିଆରେ ଏହାକୁ ୟୁଜର୍ସମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି।

ଏୟାରବସ୍ ଏସିଏଚ-୧୩୫ ହାଲୁକା ହୋଇଥାଏ, ଏହାର ଡିଜାଇନ ଏବଂ କମ୍ ସାଉଣ୍ଡ ତଥା ଅନ୍ୟାନ୍ୟ ଫିଚର୍ସ ରହିଛି। ଏହା ବିଭିନ୍ନ ସ୍ଥାନରେ ଓହ୍ଲାଇବାର କ୍ଷମତା ରହିଛି। ଏମିତିକି ଅତ୍ୟଧିକ ଗରମ ତାପମାତ୍ରାରେ ମଧ୍ୟ ଉଡ଼ିପାରିବ। ଏହା ଅନ୍ୟ ହେଲିକପ୍ଟର ତୁଳନାରେ ଅଧିକ ସମୟ ପର୍ଯ୍ୟନ୍ତ ଉଡ଼ିପାରେ।