Latest

ଇଡକଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର : (ସଂକେତ୍ ଟିଭି) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଛି। ଏକା ସାଙ୍ଗରେ ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି।

ସୂଚନା ଅନୁସାରେ, ଭିଜିଲାନ୍ସ ତାଙ୍କ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଜୋନ୍ ଡିସେକ୍ଟର-ଏରେ ଥିବା ତିନି ମହଲା କୋଠା, ଭୁବନେଶ୍ୱରର ଜୟଦେବ ବିହାରରେ ନିର୍ମାଣାଧୀନ ଚାରିମହଲା କୋଠା, କୋରାପୁଟ ଜିଲ୍ଲାସୁଙ୍କି ଗେଟରେ ଅବସ୍ଥିତ ଭଡ଼ା ଘର, କୋରାପୁଟର ଅମ୍ପାଭାଲି-ସିମାଗୋଡାଠାରେ ଅଫିସ୍ ଚାମ୍ବର,ପ୍ଲଟ୍ ନଂ ୬୩ / ଏ, ସେକ୍ଟର-ଏ, ଜୋନ୍-ଡି, ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଉପରେ ଅବସ୍ଥିତ ଗ୍ଲୋବାଲ୍ ଇଞ୍ଜିନିୟର୍ସର ବ୍ୟବସାୟ ପରିସର, ନୟାଗଡ଼ର ଓଡ଼ଗାଁ ଥାନା ପାଟନା ସାହି, ପୈତୃକ ଘର ଏବଂ ରାୟଗଡ଼ାର ମୁନିଗୁଡ଼ା ପାଇକ ଛକରେ ଥିବା ଶଶୁର ଘରଠାରେ ଏହି ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୭ ଡିଏସପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।