କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: : (ସଂକେତ୍ ଟିଭି) କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ପ୍ରାଇଭେଟ୍ ୱାର୍ଡରେ ଅର୍ଥମନ୍ତ୍ରୀଙ୍କୁ ଆଡମିଟ୍ କରାଯାଇଛି । ୩ ବର୍ଷୀୟା ନିର୍ମଳା ୧୨ଟା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ହଠାତ୍ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେ ନେଇ କିଛି ସୂଚନା ମିଳିନାହିଁ। ତେବେ ରୁଟିନ ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସେମିତି କିଛି ଗମ୍ଭୀର ସମସ୍ୟା ନାହିଁ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

କେନ୍ଦ୍ର ସରକାର କିମ୍ବା ମେଡିକାଲ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଖବର ନେଇ କୌଣସି ସୂଚନା ଦିଆଯାଇ ନଥିଲା। ହେଲେ ଏବେ ଏବେ ଏମ୍ସ ଡାକ୍ତରଙ୍କ ପକ୍ଷରୁ ନିର୍ମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପଟେଡ୍ ଆସିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ସବୁଠାରୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ତେବେ କଣ ପାଇଁ ହଠାତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଲା ସେ ନେଇ ସରକାର କିମ୍ବା ନିର୍ମଳାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।