ପ୍ରତିରକ୍ଷା ବିଭାଗ କିଣିବ ୧୨୦ଟି ପ୍ରଳୟ କ୍ଷେପଣାସ୍ତ୍ର, ଚୀନ, ପାକିସ୍ତାନ ସୀମାରେ ହେବ ମୁତୟନ
ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୨୦ଟି ପ୍ରଳୟ ମିସାଇଲ କିଣାଯିବ। ଡିଆରଡିଓ ଏହି ମିସାଇଲ ତିଆରି କରୁଛି। ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ କରିବାକୁ ଚାହୁଁଛି।
ବାଲାଷ୍ଟିକ ମିସାଇଲ ପ୍ରଳୟ ୧୫୦ରୁ ୫୦୦ କିଲୋମିଟର ପର୍ଯ୍ଯନ୍ତ ଲକ୍ଷ୍ୟଭେଦ କରିପାରିବ । ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଭୂପୃଷ୍ଠରୁ ସର୍ଟ-ରେଞ୍ଜ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର । ପ୍ରଳୟ ମିସାଇଲରେ ୧ହଜାର କିଲୋଗ୍ରାମ ପର୍ୟ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହାକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ଼ କରାଯାଇପାରିବ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ ମିସାଇଲ ପ୍ରଳୟ ଓଜନ ୫ଟନ୍। ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିପାରିବାର କ୍ଷମତା ରଖିଛି। ବାୟୁରେ ଏକ ନିର୍ଦ୍ଦିଷ୍ଟ ଦୂରତା ଭ୍ରମଣ କରିବା ପରେ ଏହାର ଗତି ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ଅଛି।