ରାଜ୍ୟରେ କମିଲା ଶୀତର ପ୍ରକୋପ, ବଢିଲା କୁହୁଡ଼ି

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି । ଏଥି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ସାମୁଦ୍ରିକ ବାୟୁର ପ୍ରଭାବ ସହ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ଏବଂ ଶୀତର ପ୍ରକୋପ ହ୍ରାସ ଘଟିଛି।

ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଲିଛି । ସକାଳୁ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଛି । ୫୦ରୁ ଉର୍ଦ୍ଧ୍ବ ମିଟର ପର୍ଯ୍ଯନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଫଳରେ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକେ । କଟକ ଓ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି ।

କଟକ ଓ ଭୁବନେଶ୍ବରରେ ୫୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଚାନ୍ଦବାଲି ୬୦ ମିଟର, ପାରାଦୀପରେ ୭୫ ମଟିରର ଘନ କୁହୁଡି ଦୃଶ୍ୟମାନ ହୋଇଛି। ସେହିପରି ପୁରୀରେ ୨୦୦ ମିଟରର ମଧ୍ୟମ ଧରଣର କୁହୁଡ଼ି ଓ ଅନୁଗୁଳରେ ୫୦୦ ମିଟରର ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି।

ସେପଟେ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା। ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ଗେଲପୁର ନିକଟରେ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ପଟୁ ଆସୁଥିବା ଏକ କାର୍ ଓ ଅନ୍ୟ କେତେକ ଗାଡି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ମାଟି ଗଦା ଉପରେ ଚଢ଼ି ଯାଇଛି। ଫଳରେ ଦୁର୍ଘଟଣାରେ ୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେହିପରି କୁହୁଡି ଯୋଗୁଁ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ମତୋ ହାଇସ୍କୁଲ ନିକଟରେ ଏକ ଅଟୋକୁ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଛି । ଏହାପରେ ପରିବାର ବୋଝେଇ ଗାଡିଟି ରାସ୍ତା ତଳକୁ ଓଲଟି ପଡିଛି । ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଛି ଡ୍ରାଇଭର ।

ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା ଆସୁଥିଲା ଏକ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ । ହେଲେ ଭଦ୍ରକ-ଚାନ୍ଦବାଲି ମୁଖରାସ୍ତା ମତୋ ହାଇସ୍କୁଲ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଅଟୋକୁ ଜୋରଦାର ଧକ୍କା ଦେଇଥିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ । ଯାହାଫଳରେ ଗାଡିଟି ରାସ୍ତାକଡ଼କୁ ଓଲଟିପଡିଛି ।
ତେବେ ଏତ ବଡ଼ ଦୁର୍ଘଟଣା ପରେ ପରିବାର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଛି । ମତୋ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।