ଟ୍ରକକୁ ପଛରୁ ପିଟିଲା ଦ୍ରୁତଗାମୀ ଆମ୍ବୁଲାନ୍ସ; ରୋଗୀ ମୃତ, ୬ ଗୁରୁତର
ବାଲେଶ୍ବର : (ସଂକେତ୍ ଟିଭି) ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଗୋଟିଏ ଦ୍ରୁତଗାମୀ ଆମ୍ବୁଲାନ୍ସ ଗୋଟିଏ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ରୋଗୀର ମୃତ୍ୟୁ ଘଟିଥିଲା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ପଶ୍ଚିମବଙ୍ଗର ପଶ୍ମିମମେଦିନାପୁରର ଇର୍ସାଦ ଖାନ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳକୁ ଭୁବନେଶ୍ବର ଏମ୍ସରୁ କିଡନୀ ରୋଗୀ ଇର୍ସାଦ ଖାନ ଓ ସଂପର୍କୀୟମାନଙ୍କୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଏହି ଆମ୍ବୁଲାନ୍ସଟି ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଏକ ଚଳନ୍ତା ଟ୍ରକ ପଛରେ ପିଟି ହୋଇଯାଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଚାଳକଙ୍କ ସମେତ ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଂକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନିଆ ଯାଇଥିବା ବେଳେ ସେଠାରୁ ପୁଣି ମେଦିନୀପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆମ୍ବୁଲାନ୍ସଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି।