ସୁବର୍ଣ୍ଣରେଖା ନଦୀର ବେଆଇନ ବାଲି ଖାଦାନ ଉପରେ ଚଢାଉ

ବାଲିଆପାଳ : (ଉମାକାନ୍ତ ନାୟକ) ସୁବର୍ଣ୍ଣରେଖା ନଦୀର ଜଳେଶ୍ଵର ତହସିଲ ଅଧିନରେ ଥିବା କଣ୍ଡାପାଳଠାରେ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ରାଜସ୍ବ ଅଧିକାରୀମାନେ ଚଢାଉ କରିଥିଲେ । ଜଳେଶ୍ଵର ତହସିଲର ଏକ ଟିମ୍ ପହଞ୍ଚି ଗୋଟିଏ ଟ୍ରାକ୍ଟର, ଗୋଟିଏ ଡମ୍ପର , ଗୋଟିଏ ଜେସିବି ମେସିନ୍ ଜବତ କରିଥିଲେ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଜଳେଶ୍ଵର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ କଣ୍ଡାପାଳ ଠାରେ ବହୁଦିନରୁ କିଛି ମୁଷ୍ଟିମେୟ ଲୋକ ବେଆଇନ ଭାବେ ବାଲି ଉତ୍ତୋଳନ କରି ଆସୁଥିଲେ । ତେବେ ଖବର ପାଇ ଜଳେଶ୍ଵର ତହସିଲର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରି ବାଲି ବୋଝେଇ ଟ୍ରାକ୍ଟର , ଡମ୍ପର, ଜେସିବି ମେସିନ୍ ଜବତ କରିଛନ୍ତି ।

ବେଆଇନ ବାଲି କାରବାର ଯୋଗୁଁ ରାସ୍ତାଘାଟରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି । ଅନ୍ୟପକ୍ଷରେ କିଛି ବାଲି ମାଫିଆ ହଜାର ହଜାର ଫୁଟ ବାଲି ବିଭିନ୍ନ ସ୍ଥାନରେ ଠୁଳକରି ତାକୁ ଚଢ଼ାଦରରେ ବିକ୍ରି କରୁଛନ୍ତି । ଯାହାଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି । କୌଣସି ବାଲି ସୈରାତ ନିଲାମ ହୋଇ ନ ଥିବାରୁ ମାଫିଆ ଚୋରି ପାଇଁ ବଡ଼ ସୁଯୋଗ ପାଇଛନ୍ତି ।