ଦକ୍ଷିଣ କୋରିଆରେ ମସ୍ତିଷ୍କ ଖାଉଥିବା ଆମୋବା ଚିହ୍ନଟ
ସିଓଲ : (ସଂକେତ୍ ଟିଭି) ଦ.କୋରିଆରେ ମସ୍ତିକ ଖାଉଥିବା ଆମୋବାର ପ୍ରଥମ ସଂକ୍ରମଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜଣେ କୋରିଆ ନାଗରିକ ଥାଇଲାଣ୍ଡରୁ ଫେରିବା ପରେ ଏହି ସଂକ୍ରମଣରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା କୋରିଆ ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଏହି ସଂକ୍ରମଣକୁ ନାଗଲେରିଆ ଫାଓଲେରି ବୋଲି କୁହାଯାଉଛି । ଏଥିରେ ସଂକ୍ରମଣ ହେଲେ ମଣିଷର ମସ୍ତିଷ୍କ ନଷ୍ଟ ହୋଇଯାଇଥାଏ । ଦ.କୋରିଆରେ ଏହା ହେଉଛି ପ୍ରଥମ ସଂକ୍ରମଣ ।
ରିପୋର୍ଟ ଅନୁଯାୟୀ ୧୯୩୭ରେ ଆମେରିକାରେ ପ୍ରଥମ ଏହି ସଂକ୍ରମଣ ଦେଖାଦେଇଥିଲା । ଆମୋବା ମଣିଷର ନାକ ଦେଇ ମସ୍ତିକକୁ ପ୍ରବେଶ କରିଥାଏ । ଏହା ପରେ ମସ୍ତିଷ୍କର ଟିସୁ ନଷ୍ଟ କରେ । ନାଗଲ ଏରିଆ ଫାଓଲେରେ ମଣିଷର ମଣିଷ ଶରୀରକୁ ସଂକ୍ରମଣ କମ୍ ହୋଇଥାଏ । କିନ୍ତୁ ଏହି ସଂକ୍ରମଣ ରୋଗୀ ଗାଧୋଉଥିବା ସ୍ଥାନକୁ ଯିବାକୁ ଅନ୍ୟମାନଙ୍କୁ ବାରଣ କରାଯାଇଥାଏ ।