ନୂଆବର୍ଷରେ ହଜିଯିବ ଶୀତ

ଭୁବନେଶ୍ୱର : (ସଂକେତ୍ ଟିଭି) ନୂଆ ବର୍ଷରେ ହଜିଯିବ ଶୀତ । ଗତ ୩ଦିନ ହେଲା ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି । ସାମୁଦ୍ରିକ ପବନ ପ୍ରବାହିତ ଯୋଗୁ ତାପମାତ୍ରା ବଢିବାରେ ଲାଗିଛି । ଏମିତି କି ସ୍ଥାନେ ସ୍ଥାନେ ୮.୫ଡିଗ୍ରୀ ପର୍ଯ୍ୟନ୍ତ ବଢିଯାଇଛି ତାପମାତ୍ରା । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଶୀତ ଲେଉଟିବନି । ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ବିଭାଗ କହିଛି ଯେ, ୨୦୨୩ ଜାନୁଆରୀ ୧ ତାରିଖରେ ରହିବନି ଶୀତର ପ୍ରକୋପ । ନୂଆ ବର୍ଷର ପ୍ରଥମ ସପ୍ତାହରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ରାଜ୍ୟରେ ବିଶେଷ ଶୀତର ପ୍ରକୋପ ରହିବ ନାହିଁ । ସାରା ରାଜ୍ୟରେ ଦିନ ସହିତ ରାତିର ତାପମାତ୍ରା ବୃଦ୍ଧି ପାଇବ ।