ଏଲନ ମସ୍କ ହେବେ ଆମେରିକା ରାଷ୍ଟ୍ରପତି !

ମସ୍କୋ : (ସଂକେତ୍ ଟିଭି) ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଡିମିତ୍ରୀ ମେଡଭେଡେଭ ବଡ଼ ଆକଳନ କରିଛନ୍ତି । ୨୦୨୨ ସରିବାକୁ ବସିଥିବା ବେଳେ ସେ ୨୦୨୩ରେ କ’ଣ ସବୁ ଘଟିବ, ସେସବୁର ଆକଳନର ଜ୍ୟୋତିଷଙ୍କ ଭଳି କରିଛନ୍ତି । ତାଙ୍କ ଆକଳନ କହୁଛି ଯେ ଆସନ୍ତାବର୍ଷ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବ । ଆମେରିକାରେ ଭୟଙ୍କର ଗୃହ ଯୁଦ୍ଧ ଦେଖିବାକୁ ମିଳିବ । ଏହି ଗୃହ ଯୁଦ୍ଧ ଯୋଗୁ ଟେସଲାର ମାଲିକ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ହେବେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ପୁଟିନଙ୍କ ସୁରକ୍ଷା ପରାମର୍ଶଦାତା ପରିଷଦର ଡେପୁଟି ଭାବେ କାର୍ଯ୍ୟ କରୁଥିବା ମେଡଭେଡେଭ ୪ ବର୍ଷ ପାଇଁ ରୁଷର ରାଷ୍ଟ୍ରପତି ରହିଥିଲେ । ଏହି ସମୟରେ ପୁଟିନ ରୁଷର ପ୍ରଧାନମନ୍ତ୍ରୀ ଭାବେ କାମ କରୁଥିଲେ । ପୂର୍ବରୁ ପୁଟିନଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣଣା ମେଡଭେଡେଭ ସୋମବାର କ୍ରେମଲିନରେ ନୂଆ ଦାୟିତ୍ୱ ପାଇଥିଲେ । ସେ ଏଣିକି ପୁଟିନଙ୍କ ଡେପୁଟି ଭାବେ ମିଲିଟାରୀ କାର୍ଯ୍ୟକଳାପ ଉପରେ ନଜର ରଖିବେ । ଏହି ନୂଆ ଦାୟିତ୍ୱ ପାଇବା ପରେ ସେ ୨୦୨୩ ପାଇଁ ଏକାଧିକ ଆକଳନ କରିଛନ୍ତି । ନିଜର
ଆକଳନକୁ ସେ ଟେଲିଗ୍ରାମ ଓ ଟ୍ୱିଟରରେ ପୋଷ୍ଟ ମଧ୍ୟ କରିଛନ୍ତି । ସେ କହିଛନ୍ତି, ବର୍ଷ ଶେଷ ହେବାକୁ ବସିଥିବାରୁ ଅନେକ ଲୋକ ବିଭିନ୍ନ ପ୍ରକାରର ଆକଳନ କରନ୍ତି ।