ବ୍ରାଜିଲ୍ର କିଂବଦନ୍ତି ଫୁଟ୍ବଲ୍ ଖେଳାଳି ପେଲେଙ୍କ ପରଲୋକ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ବ୍ରାଜିଲ୍ର କିଂବଦନ୍ତି ଫୁଟ୍ବଲ୍ ଖେଳାଳି ପେଲେଙ୍କ ପରଲୋକ ଘଟିଛି। ଗୁରୁବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଗତ ନଭେମ୍ବର ୨୯ ତାରିଖରେ ସାଓ ପାଓଲସ୍ଥିତ ଏକ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେହିଦିନଠାରୁ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ।
ପେଲେ ନାମରେ ପରିଚିତ ଏଡସନ୍ ଅରାଣ୍ଟେସ୍ ଡୁ ନାସ୍କିମେଣ୍ଟୋ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି ଯିଏକି ତିନି ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଛନ୍ତି। ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ଏହି ମହାନ ଖେଳାଳି ୯୨ ମ୍ୟାଚ୍ରେ ୭୭ ଗୋଲ୍ ଦେଇ ସର୍ବକାଳୀନ ଗୋଲ୍ ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ। ୩ ଫିଫା ବିଶ୍ବକପ୍ (୧୯୫୮, ୧୯୬୨ ଓ ୧୯୭୦) ବିଜୟୀ ଦଳର ସଦସ୍ୟ ରହିବାରେ ସେ ଥିଲେ ଏକମାତ୍ର ଖେଳାଳି। ଏହି ବ୍ରାଜିଲ୍ ତାରକା ୧୮ ବର୍ଷ ବୟସରେ ପ୍ରଥମଥର ବିଶ୍ବକପ୍ ଜିତିଥିଲେ।