ଋଷଭ ପନ୍ତ ଗୁରୁତର ଆହତ, ଡିଭାଇଡର୍ରେ ଧକ୍କା ଖାଇ ଜଳିଗଲା ମର୍ସିଡିଜ୍ କାର୍
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସେ ଆଜି ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିବା ବେଳେ ତାଙ୍କ କାର ସଡ଼କ ଡିଭାଇଡର୍ରେ ଧକ୍କାଖାଇ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିଲା।
ସୂଚନାରୁ ଜଣାପଡିଛି ଯେ, ପନ୍ତ୍ ତାଙ୍କ ‘ବିଏମ୍ଡବ୍ଲୁ’ କାର୍ ଚଳାଇ ଆସୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦ୍ପୁର ଝାଲ୍ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ ପନ୍ତଙ୍କ କପାଳ ଓ ଗୋଡ଼ରେ ଆଘାତ ଲାଗିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ରୂଡ୍କୀରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି।