ପୁଣି ମହଙ୍ଗା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଜି ତୈଳ କମ୍ପାନୀଗୁଡ଼ିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୨୫ ଟଙ୍କା ବୃଦ୍ଧି ଘଟିଛି । ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଏଲପିଜି ର ନୂତନ ଦର ଆଜି ଅର୍ଥାତ୍ ଜାନୁଆରୀ ୧ରେ ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡର ୧୭୪୪ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କାରେ ମିଳିବ ।
ସେହିପରି କୋଲକାତାରେ ୧୮୪୬ ଟଙ୍କା ପରିବର୍ତ୍ତେ ୧୮୭୦ ଟଙ୍କାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୬୯୬ ଟଙ୍କା ପରିବର୍ତ୍ତେ ୧୭୨୧ ଟଙ୍କା ଓ ଚେନ୍ନାଇରେ ୧୮୯୩ ଟଙ୍କା ପରିବର୍ତ୍ତେ ୧୯୭୧ ଟଙ୍କାର ଦରରେ ମିଳିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୪୬ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୮୭୦ ଟଙ୍କା ଦରରେ ମିଳିବ ।
ଏହାପୂର୍ବରୁ ଗତ ବର୍ଷ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା । ସେହିପରି ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ମଧ୍ୟ ପୁରୁଣା ମୂଲ୍ୟରେ ମିଳୁଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଆଜି (ଜାନୁଆରୀ ୧) ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପଟେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦରରେ ୨୫ ଟଙ୍କା ବୃଦ୍ଧି ଘଟିଛି । ନଭେମ୍ୱର ଠାରୁ ଗତ ୬ ଥର ଲଗାତର ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ହ୍ରାସ ଦେଖାଯାଇଥିଲା ।