ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ ଆରମ୍ଭ
ଭୁବନେଶ୍ୱର : (ସଂକେତ୍ ଟିଭି) ରାଜ୍ୟରେ ନୂଆବର୍ଷ ଆରମ୍ଭରୁ ଯାନବାହନ ନିୟନ୍ତ୍ରଣ କ୍ଷେତ୍ରରେ ଲାଗୁ ହୋଇଛି ନୂଆ ନିୟମ । ଆଜିଠୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଛି ।ଡିଟେକ୍ସନ୍ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଲାଗୁ ହୋଇଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ । ଇ-ଡିଟେକ୍ସନ୍ ବ୍ୟବସ୍ଥା ଅଧୀନରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ଗାଡ଼ିର ଫାଷ୍ଟ୍ୟାଗ୍ ଓ ଗାଡ଼ିର ଛବିକୁ ଆଧାର କରି ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର, ଫିଟ୍ନେସ୍ ସାର୍ଟିଫିକେଟ୍, ପରମିଟ୍, ପ୍ରଦୂଷଣ ପ୍ରମାଣପତ୍ର ଆଦି ଯାଞ୍ଚ କରିବ ରାଜ୍ୟ ପରିବହନ କର୍ତ୍ତୃପକ୍ଷର ଇ-ଡିଟେକ୍ସନ ପୋର୍ଟାଲ ।
ଯେଉଁ ଗାଡ଼ିର ବୈଧ ଡକ୍ୟୁମେଣ୍ଟ ନ ଥିବ, ଏହା ବିରୋଧରେ ଅଟୋମେଟେଡ୍ ଚାଲାଣ କଟିବ । ଅ ।ଜିଠୁ ଜାତୀୟ ରାଜପଥ ଟୋଲ୍ ଗେଟ୍ରେ ଆରମ୍ଭ ହୋଇଥିବା ଇ-ଡିଟେକ୍ସନ୍ ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଖଣି ଓ ଶିଳ୍ପାଞ୍ଚଳରେ ମଧ୍ୟ ଲାଗୁ ହେବ ବୋଲି ଜଣାପଡ଼ିଛି । ବାରମ୍ବାର ତାରିଖ ବଦଳୁଥିବା ହାଇସିକ୍ୟୁରିଟି ଗାଡ୍ଲାଇନ୍ରେ ଆଜି ପଡ଼ିଛି ପୂର୍ଣ୍ଣଚ୍ଛେଦ । ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ । ୧ ଓ ୨ରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ସୋମବାରଠାରୁ ଏହି ନିୟମ ଲାଗୁ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଗାଡ଼ି ନମ୍ବର ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କଡ଼ାକଡ଼ି ହେବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ।
ତେବେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ କହିବା କଥା କୋର୍ଟରେ ମାନବସମ୍ବଳ ଅଭାବରୁ ଅନେକ ଗାଡ଼ି ଚାଲାଣ ମାମଲା କୋର୍ଟରେ ପଡ଼ିରହୁଛି । ଏଭଳି ସ୍ଥିତିରେ ଇ-ଡିଟେକ୍ସନ୍ ବ୍ୟବସ୍ଥା ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମଜନିତ ଜରିମାନା ଆଦାୟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଲାଗି ଚ୍ୟାଲେଞ୍ଜ ଆଣିବ । ଲୋକଙ୍କୁ ବ୍ୟାପକ ସଚେତନ କରିବା ସହ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯୋଗାଇ ଦେବାର ସମସ୍ତ ବ୍ୟବସ୍ଥା କରାଯାଉ ନଚେତ ଜୋରିମାନ ଆଦାୟ ଲୋକଙ୍କ ଉପରେ ଏକ କାର୍ଯ୍ୟାନୁଷ୍ଠାନ ଭଳି ହେବା ଏହା ଅସନ୍ତୋଷ ସୃଷ୍ଟି କରିବ ।