ତିନୋଟି ସୁଯୋଗ ସରିଥିଲେ ବି ଆଶାୟୀ ଦେଇପାରିବେ ଓଏଏସ୍ ପରୀକ୍ଷା

ଭୁବନେଶ୍ବର : (ସଂକେତ୍ ଟିଭି) ତିନୋଟି ସୁଯୋଗ ସରିଥିଲେ ବି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆଶାୟୀଙ୍କୁ ଆଉ ଏକ ସୁଯୋଗ ମିଳିବ । ୨୦୧୯, ୨୦୨୦ ଓ ୨୦୨୧ରେ ଦେଇଥିବା ପରୀକ୍ଷାର୍ଥୀ ଆଉ ଏକ ସୁଯୋଗ ପାଇପାରିବେ । ୨୦୨୨ରେ ପରୀକ୍ଷା ଦେଇ ପାରିନଥିବା ଆଶାୟୀ ତଥା ସର୍ବୋଚ୍ଚ ବୟସସୀମା ଅତିକ୍ରମ କରିଥିବା ପରୀକ୍ଷାର୍ଥୀ ମଧ୍ଯ ପରୀକ୍ଷା ଦେଇପାରିବେ ।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଆଶାୟୀଙ୍କୁ ଏଭଳି ସୁଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଆଇନରେ ପରିବର୍ତ୍ତନ ଯୋଗୁ ଏହି ସୁଯୋଗ ମିଳୁଛି । ନିକଟରେ ଓଡ଼ିଆରେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଅନୁମତି ମିଳିଛି । ଭବିଷ୍ୟତରେ ଆଉ ଏଭଳି ସୁଯୋଗ ମିଳିବ ନାହିଁ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଜ୍ଞପ୍ତି ଜାରି କରିଛି ।