ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଣି କରିଛନ୍ତି । ଡିସେମ୍ବର ୭ତାରିଖରେ ୫୮ଟି ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।
ବିଜେପି କେନ୍ଦ୍ରରେ ସରକାର ଗଢ଼ିବା ପରେ ୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ଘୋଷଣା କରିଥିଲେ । ନୋଟବନ୍ଦୀରେ ୧୦୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ଅଚଳ ହୋଇଯାଇଥିଲା । ନିଜ କଷ୍ଟ ଅର୍ଜିତ ଧନକୁ ବଦଳାଇବାକୁ ବ୍ୟାଙ୍କ ଓ ଏଟିଏମ ସାମ୍ନାରେ ଲୋକେ ଲମ୍ବା ଲାଇନ୍ ଲଗାଇଥିଲେ । ନୋଟବନ୍ଦୀ ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସର୍ବୋଚ୍ଚ ଅଦାଲତରେ ମୋଟ୍ ୫୮ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି ୨୦୨୩ ଜାନୁଆରୀ ୨ ତାରିଖ ଅର୍ଥାତ୍ ସୋମବାର ହୋଇଛି ।
ଜଷ୍ଟିସ୍ ଅବଦୁଲ ନାଜିରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଟ୍ୟାକ୍ସ ଚୋରି, କଳାଧନ ଓ ଟେରର୍ ଫଣ୍ଡିଂ ରୋକିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।