ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଆଉ ବର୍ଷେ ମାଗଣା ଚାଉଳ

ଭୁବନେଶ୍ୱର: (ସଂକେତ୍ ଟିଭି) ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ ମିଳିବ। ମାସକୁ ୫ କେଜି ଲେଖାଏଁ ମାଗଣା ଚାଉଳ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ ମିଳିବ । ରାଜ୍ୟ ରାଜକୋଷରୁ ଏବାବଦରେ ଖର୍ଚ୍ଚ ହେବ ୧୮୫ କୋଟି । ରାଜ୍ୟ ସରକାର ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ ଅଧୀନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ବଣ୍ଟନ କରୁଛନ୍ତି । ଅକ୍ଟୋବର ୨୦୧୮ ଠାରୁ ୧ ଟଙ୍କାରେ ଚାଉଳ ଦିଆଯାଉଥିଲା। ଯାହା କରୋନା ସମୟରୁ ମାଗଣାରେ ଦିଆଯାଉଛି। ଜାତୀୟ ଓ ରାଜ୍ୟ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି । ଏବେ ପୁଣିଥରେ ବର୍ଷେ ମାଗଣା ଚାଉଳ ମିଳିବା ପରେ ଏବେ ଲକ୍ଷ ଲକ୍ଷ ହିତାଧିକାରୀ ଉପକୃତ ହେବେ ।