ଓଡ଼ିଶାରେ ଆରମ୍ଭ ହେଲା 5-G ସେବା

ଭୁବନେଶ୍ବର :(ସଂକେତ ଟିଭି): ଓଡ଼ିଶାରେ ଆରମ୍ଭ ହେଲା 5-G ସେବା । କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ କଟକ ଭୁବନେଶ୍ବର ସମେତ କିଛି ପ୍ରମୁଖ ସହରରେ 5G ସେବା ଆରମ୍ଭ ହୋଇଛି । ଓଡିଶାରେ ରିଲାୟନ୍ସ ଜିଓ ଏବଂ ଏୟାରଟେଲ ପ୍ରାଥମିକ ଭାବେ 5G ସେବା ଯୋଗାଇବେ।

ଭୁବନେଶ୍ବରରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ରାଜ୍ୟର ଉପାନ୍ତ ଅଞ୍ଚଳଳରେ BSNLର ଶହେଟି 4G ଟାୱାର ଲୋକାର୍ପଣ କରାଯାଇଛି । ଏସବୁ ଟାୱାର ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଶୁଭାରମ୍ଭ ହେବ ।