ସ୍ବଷ୍ଟ ଦିବାଲୋକରେ ଏଟିଏମରୁ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
ବାଲେଶ୍ବର :(ସଂକେତ ଟିଭି): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଞ୍ଚଳରେ ଏକ ଏସ୍ବିଆଇ ଏଟିଏମ୍ରେ ଟଙ୍କା ଭର୍ତ୍ତି କରା ଯାଉଥିବା ବେଳେ ୭ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ଓ ଭୁଜାଲି ଦେଖାଇ ଭଙ୍ଗାରୁଜା କରି ଟଙ୍କା ଲୁଟି ନେଇଛନ୍ତି। ୧୯ ନଂ ରାଜ୍ୟ ରାଜପଥ ଶେରଗଡ଼ – ନୀଳଗିରି – କପ୍ତିପଦା ରାସ୍ତା ଜାମୁନା ଛକରେ ଥିବା ଏଟିଏମ ଓ କିଓକ୍ସରେ ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଛି ।
ଏହି ଲୁଟ ସମୟରେ ଦୁର୍ବୁତ୍ତମାନେ କିଓକ୍ସରେ ଥିବା ବ୍ୟାଙ୍କ କର୍ମଚାରୀମାନେ ଓ ରୁଣ୍ଡ ହୋଇଥିବା ସ୍ଥାନୀୟ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ଏହା ସହ ସେମାନେ ୩ ଲକ୍ଷ ଟଙ୍କା ଧରି ମୟୂରଭଞ୍ଜ ଜିଲା କପ୍ତିପଦା ରାସ୍ତାରେ ଖସି ଯାଇଛନ୍ତି। ଖବର ପାଇ ବରହମପୁର ପୋଲିସ ପହଞ୍ଚି ତନାଘନା କରିଥିବା ବେଳେ ଘଟଣାସ୍ଥଳଠାରୁ କିଛି ଦୂରରେ ଗୋଟିଏ ଗୁଳି ଜବତ କରିବା ସହ ସିସିଟିଭି ମାଧ୍ୟମରେ ଛାନ୍ଭିନ୍ କରୁଥିବା ଦେଖିବାକୁ ମିଳିଛି।