ଘୋଷଣା ହେଲା ମେଟ୍ରିକ୍ ପରୀକ୍ଷା ତାରିଖ
କଟକ:(ସଂକେତ ଟିଭି):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଏହା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ଚାଲିବ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାରରଂଜନ ମହାନ୍ତି କହିଛନ୍ତି ଯେ ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି । ଏଥର ନେଡାଲ ସେଣ୍ଟରର ପରିବର୍ତ୍ତନ କରାଯିବ ନାହିଁ। ଏଯାଏ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲଅପ୍ ତାରିଖ ଘୋଷିତ ହୋଇନାହିଁ। ଖୁବ୍ ଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ ପିଲାମାନେ ଅନଲାଇନରେ ଫର୍ମଫିଲଅପ୍ କରିବେ। ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ।
ସେହିପରି ଫେବ୍ରୁଆରୀ ୨୦ରୁ ନବମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ । ଫେବ୍ରୁଆରୀ ୯ରୁ ହେବ ପ୍ରାକ୍ଟିକାଲ ପରୀକ୍ଷା ହେବ । ମାର୍ଚ୍ଚ ଶେଷ ସପ୍ତାହରେ ନବମ ପରୀକ୍ଷା ଫଳ ବାହାରିବ ।