୩୮ ବର୍ଷ ଯାତ୍ରା ପରେ ମହାକାଶରୁ ଖସିବ ନାସା ସାଟେଲାଇଟ
ନ୍ୟୁୟର୍କ :(ସଂକେତ ଟିଭି) ଆକାଶରୁ ଖସିବ ନାସା ସାଟେଲାଇଟ୍ । ରବିବାର ୩୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ପୁରୁଣା ଉପଗ୍ରହର ଆୟୁଷ ସରୁଛି। ଏହି ସାଟେଲାଉଇଟ୍ ଦ ଆର୍ଥ ରାଡିଏସନ୍ ବଜେଟ ସାଟେଲାଇଟ୍ ଇଆରବିଏସ ନାମରେ ଜଣାଶୁଣା ।
୧୯୮୪ରେ ନାସା ଦ୍ୱାରା ସ୍ପେସ୍ ସଟଲ୍ ଚ୍ୟାଲେଞ୍ଜରେ ଜରିଆରେ ଉତକ୍ଷେପଣ ହୋଇଥିଲା । ଯଦିଓ ଏହାର ଲାଇଫ୍ ଦୁଇ ବର୍ଷ ଥିଲା ଉପଗ୍ରହଟି ୨୦୦୫ ନିରନ୍ତର କାର୍ଯ୍ୟ କରିଚାଲିଥିଲା । ୫ ହଜାର ୪ଶହ ପାଉଣ୍ଡ ଯାହା ୨ ହଜାର ୪୫୦ କେଜି ଓଜନ ବିଶିଷ୍ଟ ଉପଗ୍ରହ ଖସିବା ବେଳକୁ ଏହାର ଅଧିକାଂଶ ଅଂଶ ଜଳିଯିବ ଓ କ୍ଷୁଦ୍ର ଧ୍ୱଂସାବଶେଷ ହିଁ ରହିପାରେ । ତେଣୁ ପୃଥିବୀ ପୃଷ୍ଠରେ କୌଣସି କ୍ଷତିର ସମ୍ଭାବନା ବହୁତ କମ୍ ବୋଲି ନାସା କହିଛି ।
ୟୁଏସ ପ୍ରତିରକ୍ଷା ବିଭାଗ ଉପଗ୍ରହଟି ରବିବାର ରାତିରେ ଖସିବ ବୋଲି କହୁଥିବାବେଲେ କାଲିଫର୍ନିଆ ସ୍ଥିତ ଏରୋସ୍ପେସ୍ କର୍ପୋରେଟର ତଥ୍ୟ କହୁଛି ଖସିବା ବେଳକୁ ସୋମବାର ସକାଳ ହୋଇଯିବ । ଏହାର ଦିଗ ଆଫ୍ରିକା, ଏସିଆ ମଧ୍ୟ ପୂର୍ବ ଏବଂ ଉତ୍ତର ଏବଂ ଦକ୍ଷିଣ ଆମେରିକାର ପଶ୍ଚିମ ହୋଇ ଖସିବ ।