ମହାରାଷ୍ଟ୍ରରେ ଭାଙ୍ଗିବ ସିନ୍ଧେ ସରକାର; ଶିବସେନା ସାଂସଦ ସଞ୍ଜୟ ରାଓତ
ମୁମ୍ବାଇ :(ସଂକେତ ଟିଭି) ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ବରିଷ୍ଠ ନେତା ତଥା ଶିବସେନା ସାଂସଦ ସଞ୍ଜୟ ରାଓତ ଦାବି କରି କହିଛନ୍ତି ଯେ ଜାନୁଆରୀ ମାସର ଶେଷ ବେଳକୁ ମହାରାଷ୍ଟ୍ରରେ ବିଜେପି ଓ ଏକନାଥ ସିନ୍ଧେଙ୍କ ଗଠବନ୍ଧନ ସରକାର ଭାଙ୍ଗିବ । ସୁପ୍ରିୟକୋର୍ଟରେ ସିନ୍ଧେ ସମର୍ଥକ ୧୬ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ଗଠବନ୍ଧନ ସରକାର ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବ ।
ମହାରାଷ୍ଟ୍ରରେ ମହାବିକାଶ ଆଗାଢି ସରକାରକୁ ଭାଙ୍ଗି ଏକନାଥ ସିନ୍ଧେ ବିଜେପି ସମର୍ଥନରେ ସରକାର ଗଢିଥିଲେ । ପରେ ସିନ୍ଧେଙ୍କ ଗୋଷ୍ଠୀର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି ଆସନ୍ତା ଜାନୁଆରୀ ୧୩ ତାରିଖରେ ହେବ । ସର୍ବୋଚ୍ଚ ଅଦାଲତ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ସପକ୍ଷରେ ରାୟ ଶୁଣାଇବେ ବୋଲି ସଞ୍ଜୟ ରାଓତ ଦାବି କରିଛନ୍ତି । ଯେଉଁ ଦିନ ସୁପ୍ରିମକୋର୍ଟ ରାୟ ଶୁଣାଇବେ, ସେହିଦିନ ସରକାର ଭାଙ୍ଗିଯିବ। ଫେବ୍ରୁଆରୀ ମାସ ବେଳକୁ ସିନ୍ଧେଙ୍କ ଗଠବନ୍ଧନ ସରକାର ଭେଣ୍ଟିଲେଟରକୁ ଚାଲିଯିବ ବୋଲି ସଞ୍ଜୟ କହିଛନ୍ତି ।