ଦୁଇ ଖଣ୍ଡ ହୋଇଯିବ ପାକିସ୍ତାନ

କରାଚୀ :(ସଂକେତ ଟିଭି)ଦୁଇ ଖଣ୍ଡ ହୋଇଯିବ ପାକିସ୍ତାନ । ତେହେରିକ -ଇ- ତାଲିବାନ ପାକିସ୍ତାନ ଭିତରେ, ଏକ ସ୍ୱତନ୍ତ୍ର ସରକାର ଘୋଷଣା କରିବା ପରେ, ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । ଯାହା ପାକିସ୍ତାନର ସାର୍ବଭୌମତ୍ୱକୁ ନେଇ ବଡ ପ୍ରଶ୍ନ ଛିଡା କରିଛି । ତେହେରିକ୍‌ ଇ-ତାଲିବାନ ଓ ବେଲୁଚ ବିଛନ୍ନତାବାଦୀମାନେ ମିଶି ପାକିସ୍ତାନର ଉତର ଅଂଶରେ ସେମାନଙ୍କର ନିଜସ୍ୱ ସରକାର ଘୋଷଣା କରିଛନ୍ତି । ପାକିସ୍ତାନ ସରକାରରେ ଥିବା ମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି ।

ତେହେରିକ-ଇ-ତାଲିବାନ ଏକ ବଡ ଆତଙ୍କବାଦୀ ସଂଗଠନ ଯିଏ ପାକିସ୍ତାନ ସେନା ସହ ଦେଶ ଭିତରେ ଓ ସୀମାରେ ଦୀର୍ଘ ଦିନ ହେବ ଲଢ଼େଇ କରୁଛନ୍ତି । ତେବେ ଏହି ଆତଙ୍କବାଦୀ ସଂଗଠନ କେଉଁଠୁ ରହି ପାକିସ୍ତାନ ବିରୋଧରେ ଲେଇ କରୁଛନ୍ତି ।

ସୂଚନା ଅନୁସାରେ ଏହି ଆତଙ୍କବାଦୀ ସଂଗଠନର ଅଧିକାଂଶ ସଦସ୍ୟ, ଆଫଗାନିସ୍ତାନରେ ରହି ପାକିସ୍ତାନରେ ସେମାନଙ୍କ କାର୍ଯ୍ୟ ପରିଚାଳନା କରୁଛନ୍ତି । ତେହେରିକ ଇ-ତାଲିବାନ ସଂଗଠନ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଦୃଢ଼ ଉପସ୍ଥିତି ରହିଛି । ତେଣୁ ପାକିସ୍ତାନର ଉତ୍ତର ଭାଗରେ ନିଜସ୍ୱ ସରକାର ଗଢ଼ିବା ସହ ସରିଆ ଆଇନ ପ୍ରଚଳନ ଲାଗି ଯୋଜନା କରୁଛି । ଏପରିକି ଯଦି ଏଥିପାଇଁ ପାକିସ୍ତାନ ସେନା ସହ ଲଢ଼େଇ କରିବାକୁ ପଡେ ସେଥିପାଇଁ ବି ପ୍ରସ୍ତୁତ ହେଉଛି ନାଟୋ ଭୁକ୍ତ ରାଷ୍ଟ୍ର।

କଥା ହେଉଛି, ତେହେରିକ-ଇ- ତାଲିବାନକୁ ସହଯୋଗ କରୁଛି ଆଫଗାନିସ୍ଥାନର ତାଲିବାନ ସରକାର । ଏପରିକି ନିକଟରେ ପାକିସ୍ତାନକୁ ତାଲିବାନ ପକ୍ଷରୁ ଚେତାବନୀ ଦିଆଯାଇଛି । ତାଲିବାନ ବିଚାର ଓ ଆଦର୍ଶ ସମାନ ଥିବା ଆତଙ୍କବାଦୀ ସଂଗଠନ ତେହରିକ୍‌-ଏ-ତାଲିବାନ୍‌ ବା ଟିଟିପି ସମାନ୍ତରାଳ ଭାବେ ପାକିସ୍ତାନରେ ଗଢ଼ି ଉଠିଥିଲା । ଯେଉଁ ସଂଗଠନ ଏବେ ପାକସ୍ତାନ ଆଫଗାନିସ୍ତାନ ସୀମାରେ ନିଜର ସ୍ୱତନ୍ତ୍ର ଶାସନ ଚଳାଇଛି । ଆଉ ଇସଲାମାବାଦ ଧିରେ ଧିରେ ନିଷ୍ପତ୍ତି ହେବାରେ ଲାଗିଛି ।

ଗତ ଡିସେମ୍ବର ମାସରେ ସେହି ଆତଙ୍କବାଦୀ ସଂଗଠନର ଦ୍ୱାରା କରାଯାଇଥିବା ବିସ୍ପୋରଣରେ ପାକିସ୍ତାନର ୬ଜଣ ସୈନିକ ଓ ସେନାଅଧିକାରୀ ପ୍ରାଣ ହରାଇଥିଲେ । ତାର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନ ଆରମ୍ଭ କରିଛି ପାଲଟା ଆକ୍ରମଣ । ଆଫଗାନିସ୍ତାନ ସୀମାରେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ କରିଛି । ତେହରିକ୍‌ ଏ-ତାଲିବାନ୍‌ ପାକିସ୍ତାନ ଆତଙ୍କବାଦୀଙ୍କୁ ଟାର୍ଗେଟ୍‌ କରି ପାକ୍‌ ସେନା ଆକ୍ରମଣ କରିଥିବା ଜଣାପଡ଼ିଛି ।

ଟିଟିପିର ଗଡ଼ କୁହାଯାଉଥିବା ନାଙ୍ଗାହାର ରାଜ୍ୟର ସଲାଲା ଗୁପ୍ତା ସହରରେ ପାକ୍‌ ବାୟୁସେନା ବୋମା ପକାଇଛି । ଏଥିରେ ଜଣେ ଶିଶୁଙ୍କ ସମେତ ୪ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ୬ ଜଣ ଏଥିରେ ଆହତ ହୋଇଛନ୍ତି । ଗୋଟିଏ ଦିନରେ ପାକିସ୍ତାନ ସେନା ଆଫଗାନିସ୍ତାନ ସୀମା ନିକଟରେ ଦୁଇ ଥର ବୋମା ପକାଇଛି । ଆଫଗାନିସ୍ତାନରେ ତାଲିବାନ୍‌ ଶାସନକୁ ଫେରିବା ପରଠୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଟିଟିପି ଅଧିକ ଶକ୍ତିଶାଳୀ ହୋଇଛି ।

ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍‌ ଶରିଫ୍‌ ଏବଂ ଶାସନରେ ଥିବା ବିଲାୱଲ ଜର୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ଶାହବାଜ୍‌ଙ୍କ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନୱାଜ ମେଣ୍ଟ ବିରୋଧରେ ଟିଟିପି ଖୋଲାଖୋଲି ଧମକ ଦେଇଛି । ଯଦି ଏହି ଦଳ କ୍ଷମତାରେ ରହି ସେନାର ଗୁଲାମୀ କରିବେ ତେବେ ସେମାନଙ୍କୁ ଟିଟିପି ଛାଡିବ ନାହିଁ ବୋଲି କହିଛି । ଏଥି ସହ ଦୁଇ ପାର୍ଟରୁ ଲୋକେ ଦୂରତା ବଜାୟ ରଖିବାକୁ ମଧ୍ୟ ଟିଟିପି ଧମକ ଦେଇଛି ।