ହିମାଚଳ ପ୍ରଦେଶରେ କ୍ୟାବିନେଟ୍ ସମ୍ପ୍ରସାରଣ, ୭ ବିଧାୟକ ସୁଖୁ କ୍ୟାବିନେଟରେ ସାମିଲ
ସିମଲା :(ସଂକେତ ଟିଭି) ଆଜି ହିମାଚଳ ପ୍ରଦେଶରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର୍ ସିଂହ ସୁଖୁ ତାଙ୍କର କ୍ୟାବିନେଟ୍ ସମ୍ପ୍ରସାରଣ କରି ୭ଜଣ ବିଧାୟକଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହାକୁ ମିଶାଇ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି।
ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର୍ ୭ଜଣ ବିଧାୟକଙ୍କୁ ଶପଥପାଠ କରାଇଥିଲେ। ଏଥିରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ମିଂହଙ୍କ ପୁତ୍ର ବିକ୍ରମାଦିତ୍ୟ ସିଂହ ମଧ୍ଯ ସାମିଲ ଅଛନ୍ତି ।
କ୍ୟାବିନେଟ୍ରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ୩ଥର ବିଧାୟକ ହୋଇଥିବା ସୋଲାନ୍ର ବିଦାୟକ ଧନୀରାମ ଶାନ୍ଦିଲ୍ କଙ୍ଗ୍ରା ଜିଲ୍ଲାର ଜୱାଲି ବିଧାୟକ ଚନ୍ଦର୍ କୁମାର, ସିର୍ମୌର୍ ଜିଲ୍ଲାର ଶିଲ୍ଲାଇର ବିଧାୟକ ହର୍ଷବର୍ଦ୍ଧନ ଚୌହାନ୍ ଏବଂ ଜନଜାତି ଅଧ୍ୟୁଷିତ ଜିଲ୍ଲା କିନ୍ନୌର୍ର ବିଧାୟକ ଜଗତ୍ ସିଂହ ନେଗି।
ସେହିପରି ଜୁବ୍ବଲ୍-କୋଠାଇ, କାସୁମ୍ପ୍ତି ଏବଂ ଶିମ୍ଲା (ଗ୍ରାମୀଣ) ବିଧାୟକ ରୋହିତ ଠାକୁର, ଅନିରୁଦ୍ଧ ସିଂହ ଏବଂ ବିକ୍ରମାଦିତ୍ୟ ସିଂହଙ୍କୁ ମଧ୍ୟ ସମ୍ପ୍ରସାରିତ କ୍ୟାବିନେଟ୍ରେ ସାମିଲ କରାଯାଇଛି।