FeaturedLatestSports

ବିଶ୍ୱକପ ସ୍କ୍ୱାଡରେ ରହିବେ ୧୫ଜଣ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଚଳିତ ବର୍ଷ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ । ଏହାପୂର୍ବରୁ ଭାରତୀୟ ଟିମ ଘରୋଇ ମାଟିରେ ଏକାଧିକ ଦିନିକିଆ ସିରିଜ୍ ଖେଳିବ । ବିଶ୍ୱକପ ଆଗକୁ ଥିବାରୁ ଏହି ଦିନିକିଆ ସିରିଜରେ ବିସିସିଆଇ ସମ୍ଭାବ୍ୟ ଖେଳାଳିଙ୍କ ଦକ୍ଷତା ମାପିବା ମୁଡରେ ରହିଛି । ଏଥିପାଇଁ ୨୩ ଜଣିଆ ଖେଳାଳି ତାଲିକା ପ୍ରସ୍ତୁତ କରାଯାଇଛି । ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଅ । ମୋଟ ୧୫ଟି ଦିନିକିଆ ସହ ଏସିଆ କପ ଖେଳିବ । ଏହି ମ୍ୟାଚ୍ ଗୁଡ଼ିକ ଖେଳିବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ୧୫ ଜଣଙ୍କୁ ବିଶ୍ୱକପ ସ୍କ୍ୱାଡରେ ବିସିସିଆଇ ସ୍ଥାନ ଦେବ ।

ଏହି ୨୩ ଜଣିଆ ତାଲିକାରେ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ରହିଛନ୍ତି । ସେହିପରି ନିକଟରେ ସଡ଼କ ଦୁର୍ଘଟଣାର ସାମ୍ନା କରିଥିବା ଋଷଭ ପନ୍ତ ମଧ୍ୟ ସମ୍ଭାବ୍ୟ ବିଶ୍ୱକପ ସ୍କ୍ୱାଡରେ ରହିଛନ୍ତି । ଶିଖର ଧୱନଙ୍କୁ କିନ୍ତୁ ବିସିସିଆଇ ତାର ୨୩ ଜଣିଆ ତାଲିକାରେ ରଖିନାହିଁ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୁକ୍ତ ବ୍ୟାକ୍ ମଧ୍ୟ ବିସିସିଆଇକୁ ମିଳି ନାହାନ୍ତି । ଶାର୍ଦ୍ଦୁଲ ଠାକୁରଙ୍କ ଉପରେ ବିସିସିଆଇ କିଛି ମାତ୍ରାରେ ବିଶ୍ୱାସ ରଖିଛି ।

ସମ୍ଭାବ୍ୟ ତାଲିକା ଟପ୍ ଅର୍ଡର ବ୍ୟାଟର: ରୋହିତ ଶର୍ମା, ଈଶାନ କିଶନ, ଶୁବମନ ଗିଲ ଓ ବିରାଟ କୋହଲି । ମଧ୍ୟକ୍ରମ ବ୍ୟାଟର: କେଏଲ ରାହୁଲ, ଶ୍ରେୟସ ଅ ।ୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ ଓ ଦୀପକ ହୁଡ୍ଡା । ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର । ସ୍ପିନର: ୟୁଜବେନ୍ଦର ଚହଲ ଓ କୁଲଦୀପ ଯାଦବ । ଦ୍ରୁତ ବୋଲର: ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ମହମ୍ମଦ ଶାମି, ଉମ୍ରାନ ମଲିକ ଓ ଦୀପକ ଚହର ।

ସମ୍ଭାବ୍ୟ ବିଶ୍ୱକପ ସ୍କ୍ୱାଡରେ ଭୁବନେଶ୍ୱର କୁମାରଙ୍କ ନାଁ ନାହିଁ । ସେହିପରି ଈଶାନ କିଶନ ଇନିଂସ ଆରମ୍ଭ କରୁଥିବାରୁ ଧୱନଙ୍କୁ ମଧ୍ୟ ବାଦ ଦିଆଯାଇଛି । ଏହି ୨୩ ଖେଳାଳିଙ୍କୁ ବିଭିନ୍ନ ଦିନିକିଆ ସିରିଜ୍ ଓ ଏସିଆ କପରେ ଦେଖିବାକୁ ମିଳିବ । ଏହାପରେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯିବ ।