ଭାରତୀୟ ବଂଶୋଦ୍ଭବ ଏସି ଚାରଣିଆ ନାସାର ଚିଫ୍ ଟେକ୍ନୋଲଜିଷ୍ଟ ନିଯୁକ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ବଂଶୋଦ୍ଭବ ଏସି ଚାରଣିଆଙ୍କୁ ନାସା ନିଜର ଚିଫ୍ ଟେକ୍ନୋଲଜିଷ୍ଟ ନିଯୁକ୍ତ କରିଛି । ଆମେରିକାର ଏହି ଏୟରୋସ୍ପେସ୍ ବୈଜ୍ଞାନିକ ପ୍ରଯୁକ୍ତି ନୀତି ଏବଂ ମହାକାଶ କାର୍ଯ୍ୟକ୍ରମରେ ନାସାର ମୁଖ୍ୟ ଥିଲେ ।

ନାସା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏସି ଚାରଣିଆ ନାସାର ଛଅ ମିଶନର ଆବଶ୍ୟକତା ଏବଂ ଏଜେନ୍ସିର ଟେକ୍ନୋଲଜି ନିବେଶ କାମ କରିବେ । ଏହାସହ ସଙ୍ଘୀୟ ଏଜେନ୍ସି, ଘରୋଇ କ୍ଷେତ୍ର ଏବଂ ବାହାର ସେୟାରହୋଲ୍ଡର୍ସଙ୍କ ସହ ଟେକ୍ନୋଲଜି ସହଯୋଗ କାମ କରିବେ ।

ନାସାରେ ସାମିଲ ହେବା ପୂର୍ବରୁ ଚାରଣିୟ ରୋବୋଟିକ୍ସରେ ପ୍ରୋଜେକ୍ଟ ଷ୍ଟ୍ରାଟେଜି ଉପାଧ୍ୟକ୍ଷ ଭାବେ କାମ କରିଥିଲେ । ଏହାଛଡା ସେ ଏୟରୋସ୍ପେସ କମ୍ପାନି ବ୍ଲୁ ଅରିଜିନର ବ୍ଲୁ ମୁନ ଲୁନର ଲ୍ୟାଣ୍ଡର କାର୍ଯ୍ୟକ୍ରମ ଏବଂ ନାସା ସହ ଅନେକ ଟେକ୍ନୋଲଜି ସହ ଜଡିତ କାମ କରିଥିଲେ । ଏହାଛଡା ଚାରଣିଆ ମହାକାଶ ପର୍ଯ୍ୟଟନ କମ୍ପାନି ଭର୍ଜିନ ଗେଲେକ୍ଟିକ ସହ ମଧ୍ୟ କାମ କରିଥିଲେ।