ଭିଜିଲାନ୍ସ ଜାଲରେ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣି

ଭୁବନେଶ୍ବର : (ସଂକେତ୍ ଟିଭି) ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣି ନନ୍ଦିକିଶୋର ନାଥଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଚାଲିଛି ।

ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନ୍ଦରଗଡ଼ରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଭୁବନେଶ୍ୱର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି । ଏହି ଚଢ଼ଉରେ ୩ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୨ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।