୫୦ ପଇସାରୁ ଊର୍ଦ୍ଧ୍ୱ ସମସ୍ତ କଏନ ବୈଧ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତ ସରକାର ପ୍ରଚଳିତ କରିଥିବା କଏନ ଗୁଡ଼ିକ ଅଚଳ ନା ସଚଳ? ଏହାକୁ ନେଇ ଗୁଜବ ପ୍ରକାଶ ପାଇବା ପରେ ଆଜି ସ୍ପଷ୍ଟୀକରଣ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍‌ବିଆଇ) । କଏନ ସମ୍ପର୍କରେ କୌଣସି ବିଭ୍ରାନ୍ତିକର ସୂଚନା ବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି ।

ଆର୍‌ବିଆଇ ସ୍ପଷ୍ଟ କରିଛି, ୫୦ ପଇସାରୁ ଉର୍ଧ୍ବ ସମସ୍ତ କଏନ ଲିଗାଲ ଟେଣ୍ଡର ବା ଆଇନଗତ ବୈଧ । ଭାରତ ସରକାର ସମୟ ସମୟରେ ବିଭିନ୍ନ ଆକାର,ଥିମ୍ ଓ ଡିଜାଇନର ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଓ ୨୦ ଟଙ୍କା ମୂଲ୍ୟର କଏନ ପ୍ରଚଳନ କରିଛନ୍ତି । ଏ ସମସ୍ତ କଏନ ଆଇନଗତ ବୈଧ । ଆରବିଆଇ କେବଳ କଏନର ବିତରଣ କରିଥାଏ । କଏନ ବୈଧତା ନେଇ ଆରବିଆଇ ପକ୍ଷରୁ ବାରମ୍ବାର ସଚେତନତା ମେଳା ଆୟୋଜନ କରାଯାଉଛି । କଏନେଜ୍ ଆକ୍ଟ ୨୦୧୧
ଅନୁସାରେ, ନେଣ ଦେଣ ସମୟରେ ଜଣେ ଏକକାଳୀନ ୧ ଟଙ୍କାରୁ ଊର୍ଦ୍ଧ୍ ମୂଲ୍ୟର ୧ ହଜାର ଟଙ୍କା ଯାଏଁ କଏନ ଦେଇପାରିବେ ।