୨୦୨୪ ଏପ୍ରିଲ ସୁଦ୍ଧା ବିଏସ୍ଏନ୍ଏଲ୍ ୫ଜି
ନୂଆଦିଲ୍ଲୀ : (ସଂକେତ୍ ଟିଭି) ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏଲଏଲ୍) ୫ଜି ସେବା ଆଣିବା ଲାଗି ପ୍ରସ୍ତୁତି ଜୋରଦାର କରିଛି । ୨୦୨୪ ଏପ୍ରିଲରେ କମ୍ପାନି ଏହି ସେବା ଶୁଭାରମ୍ଭ କରିବ ବୋଲି ନିକଟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । ତେବେ କମ୍ପାନି ଏବେ ୪-ଜି ଲଞ୍ଚ ଉପରେ ଧ୍ୟାନ ଦେଉଛି । ଏହା ୪-ଜି ଆଣିବାର ଗୋଟିଏ ବର୍ଷ ମଧ୍ୟରେ ଏହାକୁ ୫-ଜିକୁ ଅପ୍ଗ୍ରେଡ କରାଯିବ । ବିଏସ୍ଏନ୍ଏଲ୍ ଟିସିଏସ୍ ଏବଂ ସିଡଟ୍ ସହ ମିଳିତ ହୋଇ ୪-ଜି ଆଣିବା
ପାଇଁ ପ୍ରସ୍ତୁତି ଜୋରଦାର କରିଛି । କମ୍ପାନି ଏହାର ନେଟୱର୍କ ଅପ୍ଗ୍ରେଡ କରିବା କାମକୁ ତ୍ୱରାନ୍ୱିତ କରିଛି ।
ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏୟାରଟେଲ ଏବଂ ଜିଓର ୫- ଜି ସେବାକୁ ଓଡ଼ିଶାରେ ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ ବିଏସ୍ଏନ୍ଏଲ୍ ର ୫-ଜି ସେବା ଆଗାମୀ ୨ ବର୍ଷରେ ମିଳିବ ବୋଲି ସେ କହିଥିଲେ । ବିଏସ୍ଏନ୍ଏଲ୍ ୫-ଜି ଆଣିଲେ ଏୟାରଟେଲ ଏବଂ ଜିଓକୁ ଟକ୍କର ଦେବ ବୋଲି ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଏୟାରଟେଲ ଓ ଜିଓ ଭାରତରେ ଅକ୍ଟୋବର ମାସରେ ୫ଜି ସେବା ଶୁଭାରମ୍ଭ କରିଥିଲେ । ଏହି ୨ କମ୍ପାନି ଏବେ ଅଧିକ ସହରରେ ୫-ଜି ଉପଲବ୍ଧ କରାଇଛନ୍ତି ।