ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ରୋତ୍ସାହନ ଲାଗି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଡିଜିଟାଲ ବ୍ୟାଙ୍କିଙ୍ଗର ପ୍ରୋତ୍ସାହନ ଲାଗି କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଭିମ ୟୁପିଆଇରେ ଟ୍ରାଞ୍ଜାକ୍ସନରେ ଇନସେଣ୍ଟିଭକୁ ମଞ୍ଜୁର କରାଯାଇଛି । ଲୋ ଭାଲ୍ୟୁ ୟୁପିଆଇ ଟ୍ରାଞ୍ଜାକ୍ସନ ଲାଗି ସରକାର ୨,୬୦୦ କୋଟି ଟଙ୍କାର ଇନସେଣ୍ଟିଭକୁ ମଞ୍ଜୁର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମୟୁପିଅ ।ଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଛନ୍ତି । ରୂପେ ଡେବିଟ୍ କାର୍ଡ ଏବଂ କମ୍‌ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ପ୍ରୋତ୍ସାହନ ଦେବା ନିମନ୍ତେ ମଞ୍ଜୁର ପ୍ରୋତ୍ସାହନ ଯୋଜନାର ଆର୍ଥିକ ବ୍ୟୟବରାଦ ୨,୬୦୦ କୋଟି ଟଙ୍କା ରହିଛି ।

ଏହି ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରୂପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟର ଭୀମ ୟୁପିଆଇ ନେଣଦେଣ (ପିଟୁଏମ)ର ଉପଯୋଗ କରି ପଏଣ୍ଟ ଅଫ୍ ସେଲ (ପିଓଏସ) ଏବଂ ଇ-କମର୍ସ ନେଣଦେଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଧିଗୃହିତ କରୁଥିବା ବ୍ୟାଙ୍କମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।

ଅର୍ଥ ମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ସମୟରେ ଦେଇଥିବା ନିଜ ଭାଷଣରେ, ଚଳିତ ବଜେଟରେ ଘୋଷିତ ଡିଜିଟାଲ ପରିଶୋଧ ନିମନ୍ତେ ଆର୍ଥିକ ସହାୟତା ଜାରି ରଖିବା ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟର ଘୋଷଣା କରିଥିଲେ । ଏଥିରେ ଶସ୍ତା ଓ ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ଅର୍ଥପଇଠ ପ୍ଲାଟଫର୍ମର ବ୍ୟବହାର ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଉପରୋକ୍ତ ବଜେଟ୍‌ ଘୋଷଣାର ଅନୁପାଳନ ପାଇଁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି ।

୨୦୨୧-୨୨ ଆର୍ଥିକ ବର୍ଷରେ, ସରକାର ଡିଜିଟାଲ ନେଣଦେଣକୁ ଆହୁରି ବଢ଼ାଇବା ନିମନ୍ତେ ଆର୍ଥିକ ବର୍ଷ ୨୦୨୧-୨୨ ବଜେଟ୍ ଘୋଷଣାକୁ ଅନୁପାଳନ କରି ଏକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଥିଲେ । ଯାହାଫଳରେ, ମୋଟ୍ ଡିଜିଟାଲ ଅର୍ଥପଇଠ କାରବାରରେ ୫୯ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫,୫୫୪ କୋଟି ଟଙ୍କାରୁ ବୃଦ୍ଧି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୮,୮୪୦ କୋଟି ଟଙ୍କା ହୋଇଯାଇଛି।