୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ

ଭବାନୀପାଟଣା : (ସଂକେତ୍ ଟିଭି) ଲାଞ୍ଚ ନେବାବେଳେ ସହାୟକ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଭବାନୀପାଟଣାରେ ଥିବା ଜଳଶକ୍ତି କେନ୍ଦ୍ର କାର୍ଯ୍ୟାଳୟରେ ସମ୍ପୃକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ୟାମସୁନ୍ଦର ବଳ ତାଙ୍କ ସହକର୍ମୀଙ୍କ ଠାରୁ ୬୦ ହଜାର ଲାଞ୍ଚନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଉଛି। ଏବେ ଶ୍ୟାମସୁନ୍ଦରଙ୍କୁ ଭବାନିପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି।