ହିମାଚଳ ପ୍ରଦେଶରେ ଲାଗୁ ହେଲା ପୁରୁଣା ପେନସନ୍ ସ୍କିମ
ସିମଲା : (ସଂକେତ୍ ଟିଭି) ହିମାଚଳ ପ୍ରଦେଶରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ପୁରୁଣା ପେନସନସ୍କିମ୍ ପୁଣି ଥରେ ଲାଗୁ ହୋଇଠି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଟ୍ୱିଟ୍ କରି ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲୋହରୀ ଶୁଭ ଅବସରରେ ହିମାଚଳ କର୍ମଚାରୀଙ୍କ ଦୀର୍ଘ ଦାବି ଓପିଏସ୍ ଲାଗୁ କରିବାରେ ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ସେ ଲେଖିଛନ୍ତି । କଂଗ୍ରେସ ନିର୍ବାଚନ ପ୍ରଚାର କାଳରେ ସରକାରୀ କର୍ମଚାରୀଙ୍କୁ ଯଦି ରାଜ୍ୟରେ କଂଗ୍ରେସ ସରକାର ହୁଏ ତେବେ ଓପିଏସ୍ ଲାଗୁ କରିବାକୁ ପ୍ରତିଶୃତି ଦେଇଥିଲା।
ପୁରୁଣା ପେନସନ୍ ସ୍କିମ୍ ଦାବିରେ ସରକାରୀ କର୍ମଚାରୀମାନେ ଗତବର୍ଷ ନଭେମ୍ବର ମାସରେ ଅନସନ ଆନ୍ଦୋଳନରେ ବସିଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ପାଖାପାଖି ୪ ଲକ୍ଷ ସରକାରୀ କର୍ମଚାରୀ ଅଛନ୍ତି ଓ ଏହି ସଂଖ୍ୟାର ଅନେକ ଅଧିକ ପେନସନଭୋଗୀ ମଧ୍ୟ ଅଛନ୍ତି। ଖାସ ଏହି କାରଣ ଯୋଗୁ ହିମାଚଳ ପ୍ରଦେଶ ଭଳି ଏକ କ୍ଷୁଦ୍ର ରାଜ୍ୟରେ ଗତ ବିଧାନସଭା ନିର୍ବାଚନ କାଳରେ ପୁରୁଣା ପେନସନ୍ ସ୍କିମ ଦାବି ଜୋର ଧରିଥିଲା।