ବିଶ୍ବକପରେ ସାମିଲ ଥିବା ଓଡି଼ଆ ହକି ଖେଳାଳିଙ୍କୁ ପୁରସ୍କାର ଦେବେ ରାଜ୍ୟ ସରକାର

ଭୁବନେଶ୍ବର : (ସଂକେତ୍ ଟିଭି) ହକି ବିଶ୍ବକପ ଚାଲିଥିବାବେଳେ ଭାରତୀୟ ଦଳରେ ଭାଗ ନେଇଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସ ଭାରତୀୟ ହକି ଟିମରେ ସ୍ଥାନ ପାଇଛନ୍ତି।

ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ରୋହିଦାସ ଭାରତୀୟ ହକି ଟିମରେ ଉପଅଧିନାୟକ ଅଛନ୍ତି । ଡିଫେଣ୍ଡର ରୋହିଦାସ ମୋଟ୍ ୧୨୭ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିଛନ୍ତି । ସେହିପରି ନିଲମ ସଂଜୀପ ଖେସ ୩୦ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ଟି ଗୋଲ୍ ସ୍କୋର କରିଛନ୍ତି। ସୁନ୍ଦରଗଡ ଜିଲ୍ଲାର କାଦୋବାହାଲ ଖେସଙ୍କ ପୈତୃକ ଗାଁ। ରୋହିଦାସଙ୍କ ଘର ମଧ୍ଯ ସୁନ୍ଦରଗଡ ଜିଲ୍ଲାରେ ।