ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଟ୍ରକ୍, ୨୦ରୁ ଉର୍ଦ୍ଧ୍ଵ ଗୋରୁ ମୃତ
ବାଲିଆପାଳ : (ଉମାକାନ୍ତ ନାୟକ) ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଓଲଟିଲା ଗୋରୁ ବୋଝେଇ ଟ୍ରକ୍ । ୨୦ରୁ ଉର୍ଦ୍ଧ୍ଵ ଗୋରୁଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଚନ୍ଦନେଶ୍ୱର ୫୭ ନମ୍ଵର ରାଜ୍ୟ ରାଜପଥର ବାଜିତପୁର ପଞ୍ଚାୟତ ମହାନ୍ତି ଛକ ଠାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଆଡ଼କୁ ଯାଉଥିବା ଏକ (ଡବ୍ଲୁବି-୧୩-୫୭୩୭) ଟ୍ରକରେ ଗୋରୁ ଚୋରା ଗୋଚାଲାଣ ହେଉଥିଲା। ପଶ୍ଚିମବଙ୍ଗ ସଂଲଗ୍ନ ୫୭ନଂ ଜାତୀୟ ରାଜପଥ ବାଜିତପୁର ପଞ୍ଚାୟତ ନିକଟ ମହାନ୍ତି ଛକ ଠାରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଓଲଟି ପଡିଛି। ଫଳରେ ଗାଡ଼ିରେ ଥିବା ୬୦ଟି ଗୋରୁ ମଧ୍ୟରୁ ୨୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ ସ୍ଥାନୀୟ ତାଳସାରି ସାମୁଦ୍ରିକ ଥାନା, ଭୋଗରାଇ ଥାନା ଓ ଚନ୍ଦନେଶ୍ୱର ପୁଲିସ ଫାଣ୍ଡି ପୁଲିସ ପହଞ୍ଚି ଉଦ୍ଧାର ହୋଇଥିବା ଓ ମୃତ୍ୟୁ ବରଣ କରିଥିବା ଗୋରୁଙ୍କୁ ଥାନାକୁ ନେଇ ଯାଇଥିବା ଦେଖିବାକୁ ମିଳିଛି। ଟ୍ରକ ଭିତରେ ହୋଇଥିବା ଟ୍ରକର ଡ୍ରାଇଭରକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।