ନେପାଳରେ ବିମାନ ଦୁର୍ଘଟଣା, ଦେଖନ୍ତୁ ଦୁର୍ଘଟଣା ସମୟର ଲାଇଭ୍ ଭିଡିଓ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ନେପାଳର ବିମାନ ଦୁର୍ଘଟଣାରେ ପ୍ରାୟ ୬୮ ଜଣଙ୍କ ପ୍ରାଣହାନୀ ଘଟିଛି। ବାକି ଚାରି ଯାତ୍ରୀଙ୍କ ସନ୍ଧାନ ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ୟେତି ଏୟାରଲାଇନ୍ସର ଏହି ବିମାନରେ ପାଞ୍ଚ ଭାରତୀୟ ଯାତ୍ରା କରୁଥିଲେ। ବିମାନ ଦୁର୍ଘଟଣା ସମୟର ଭିଡିଓ ସାମନାକୁ ଆସିଛି , ଯେଉଁଥିରେ ବିମାନଟିରେ ଆକାଶରେ ନିଆଁ ଲାଗି ଯାଇଥିଲା । ତା ପରେ ବିମାନଟି ବହୁତ ତୀବ୍ର ଗତିରେ ଦୁର୍ଘଟଣାର ଶିକାର ହୋଇଥିଲା।
ସେପଟେ ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସୋମବାର ସକାଳେ ବିମାନର ବ୍ଲାକ୍ ବକ୍ସ ମିଳିଥିବା ସୂଚନା ଦେଇଛି। ବ୍ଲାକ ବକ୍ସରୁ ଏହା ଜଣା ପଡିବ ଯେ, ବିମାନ ଦୁର୍ଘଟଣା ହେବା ପଛର କାରଣ କଣ ରହିଛି। ବ୍ଲାକ୍ ବକ୍ସ ବିମାନର ଭଗ୍ନାବଶେଷ ତଳୁ ମିଳିଛି, ଯାହା ବିମାନର ପଛ ପାର୍ଶ୍ଵରେ ଲାଗିଥାଏ। ଏଥିରୁ ଜଣା ପଡିବ ଯେ, ବିମାନ ଦୁର୍ଘଟଣା ଘଟିବା ପୂର୍ବରୁ କେଉଁ ସ୍ଥିତିରେ ଥିଲା ଏବଂ ଅଚାନକ ଦୁର୍ଘଟଣା ପଛର କାରଣ କଣ ଥିଲା।