ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ, ୧୯ରୁ ଟିକା ନେଇପାରିବେ ଲୋକେ
ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟରେ ପୁଣି ଥରେ କୋଭିଡ ଟିକାକରଣ ଆରମ୍ଭ କରାଯାଇବ । ଆସନ୍ତା ଆସନ୍ତା ୧୯ରୁ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ କୋଭିସୀଲଡ଼ ଟିକା ଉପଲବ୍ଧ ହେବ । ଲୋକମାନେ ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ ।
ଆଜି ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମଧ୍ୟରୁ ୩ କୋଟି ୧୪ ଲକ୍ଷ ୫୩ ହଜାର ୮୫୩ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୨ କୋଟି ୯୯ ଲକ୍ଷ ୫୦ ହଜାର ୧୭ ଜଣ ଦ୍ଵିତୀୟ ଡୋଜ ନେଇଛନ୍ତି । ସେହିପରି ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୨୧ ଲକ୍ଷ ୯୫ ହଜାର ୫୪୫ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୧୮ ଲକ୍ଷ ୪୪ ହଜାର ୪୦୧ ଜଣ ଦ୍ଵିତୀୟ ଡୋଜ ନେଇଛନ୍ତି । ସେହିପରି ୧୨ରୁ ୧୪ ବର୍ଷ ବୟସ ମଧ୍ୟରେ ୧୬ ଲକ୍ଷ ୯୪୦ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୧୨ ଲକ୍ଷ ୬ ହଜାର ୫୫୭ ଜଣ ଦ୍ଵିତୀୟ ଡୋଜ ମଧ୍ୟ ନେଇଛନ୍ତି । ପ୍ରିକସନ ବା ବୁଷ୍ଟର ଡୋଜ ବାବଦରେ କହିବାକୁ ଗଲେ ୧୮ରୁ ୫୯ ବର୍ଷ ମଧ୍ୟରେ ୯୯ ଲକ୍ଷ ୯୮ ହଜାର ୮୮୯ ଜଣ ବୁଷ୍ଟର ଡୋଜ ନେଇଥିବାବେଳେ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ୩୧ ଲକ୍ଷ ୯୯ ହଜାର ୮୫୫ ଜଣ ବୁଷ୍ଟର ଡୋଜ ନେଇଛନ୍ତି ।