ଖଡ଼ିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ
ନୂଆପଡା : (ସଂକେତ୍ ଟିଭି) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଚଢାଉ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦେଶକ୍ରମେ ଏକକାଳୀନ ୫ଟି ସ୍ଥାନରେ ମଙ୍ଗଳବାର ସକାଳ ୫ଟାରୁ ଚଢ଼ଉ କରାଯାଇଛି। ବଲାଙ୍ଗୀର ଭାଟିକା ହୋଟେଲ ନିକଟ ଘର, ଲୋଇସିଂହାରେ ଥିବା ପୈତୃକ ଘର, ଖଡ଼ିଆଳ ସ୍ଥିତ ଅଫିସ ଓ ସରକାରୀ କ୍ବାର୍ଟର୍ସରେ ଖାନତଲାସି ଚାଲିଛି । ଏହାସହ ବଲାଙ୍ଗୀର ସଦର ବ୍ଲକ ବିଡିଘାଟରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଚଢ଼ାଉରେ ୩ଜଣ ଡିଏସପି, ୧୦ଜଣ ଇନସ୍ପେକ୍ଟର ଏବଂ ୪ଜଣ ଏଏସଆଇ ସାମିଲ ହୋଇଛନ୍ତି ।