ଦୌଡରାଣୀ ଦୂତି ଚାନ୍ଦଙ୍କୁ ଝଟକା : ଡୋପ୍ ଟେଷ୍ଟରେ ଫେଲ୍ ପରେ ଦୂତି ସସପେଣ୍ଡ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଏସିଆନ୍ ଗେମ୍ସ ପୂର୍ବରୁ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି । ଡୋପ୍ ଟେଷ୍ଟ ପଜିଟିଭ ଆସିବା ପରେ ଓ୍ବାଲଡ ଆଣ୍ଟି ଡୋପିଂ ଏଜେନ୍ସି ଦୂତିଙ୍କୁ ସାମୟିକ ଭାବେ ସସପେଣ୍ଡ କରିଛି।
ଦୂତି ନିଷିଦ୍ଧ ସାମଗ୍ରୀ ସେବନ କରିଥିବା ଟେଷ୍ଟରୁ ଜଣାପଡ଼ିଛି ।
ତେବେ ଏନେଇ ଦୂତି ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତ, କହିଲେ ମୋ ପାଖରେ ଖବର ନାହିଁ ।ଦୂତି କହିଛନ୍ତି ଏଭଳି କୌଣସି ଚିଠି ମୋତେ ଏଯାଏଁ ମିଳିନାହିଁ । ପ୍ରସାରିତ ଖବର ସମ୍ପୂର୍ଣ୍ଣ ମିଛ । ଡୋପ୍ ଟେଷ୍ଟରେ ବିଫଳ କିମ୍ବା ନିଲମ୍ବିତ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ମେଲ୍ ମିଳିନଥିବା ଦୂତି କହିଛନ୍ତି । ସେପଟେ ଏହି ଖବରକୁ ଜାତୀୟ ଗଣମାଧ୍ୟମ ପିଟିଆଇ ଟ୍ବିଟ୍ କରିଛି।